For Quick Alerts
Turn On Notification  
For Daily Alerts
Oneindia App Download

'ଟି-20 ବିଶ୍ୱକପ ପାଇଁ ବିରାଟଙ୍କ ସ୍ଥାନରେ ରୋହିତଙ୍କୁ ଅଧିନାୟକ କରାଯାଉ'

ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ମତ ଦେଇଛନ୍ତି ଯେ ବିରାଟ କୋହଲିଙ୍କୁ ଭାରତର ଟି-20 ଅଧିନାୟକତ୍ୱରୁ ହଟାଯିବା ଉଚିତ ଏବଂ ଟି -20 ବିଶ୍ୱକପ ପାଖେଇ ଆସୁଥିବାରୁ ରୋହିତ ଶର୍ମାଙ୍କୁ ଦିଆଯିବା ଉଚିତ।

|

T20 World Cup: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ମତ ଦେଇଛନ୍ତି ଯେ ବିରାଟ କୋହଲିଙ୍କୁ ଭାରତର ଟି-20 ଅଧିନାୟକତ୍ୱରୁ ହଟାଯିବା ଉଚିତ ଏବଂ ଟି -20 ବିଶ୍ୱକପ ପାଖେଇ ଆସୁଥିବାରୁ ରୋହିତ ଶର୍ମାଙ୍କୁ ଦିଆଯିବା ଉଚିତ। ବିରାଟ କୋହଲିଙ୍କ ଅଧୀନରେ ବର୍ତ୍ତମାନ ଭାରତ ତିନିଟି ଆଇସିସି ନକ୍ଆଉଟ୍ ମ୍ୟାଚ୍ ହାରିଛି - 2017 ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍, 2019 ବିଶ୍ୱକପ୍ ସେମିଫାଇନାଲ୍ ଏବଂ ତାଲିକାର ସର୍ବଶେଷ, 2021 ଆଇସିସି ଡବ୍ଲୁଟିସି ଫାଇନାଲ୍ ।

Rohit Sharma

ରୋହିତ ଶର୍ମା 2013 ମସିହାରୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ 5ଟି ଆଇପିଏଲ ଟାଇଟଲ ଜିତାଇବାରେ ସାହାଯ୍ୟ କରିଛନ୍ତି । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ବିରାଟ କୋହଲି କୌଣସି ବି ଟ୍ରଫି ହାତେଇ ନାହାନ୍ତି ।

ମଣ୍ଟି ପାନେସର ମତ ରଖିଛନ୍ତି ଯେ ଯଦି ଭାରତ ଇଂଲଣ୍ଡ ବିପକ୍ଷ ଆଗାମୀ 5 ଟେଷ୍ଟ ସିରିଜ୍ ଏବଂ ଟି -20 ବିଶ୍ୱକପ୍ ହାରିଯାଏ, ତେବେ ବିରାଟ କୋହଲିଙ୍କ ଉପରେ ପ୍ରବଳ ଚାପ ବଢିବ । ତେଣୁ ପୂର୍ବତନ ସ୍ପିନର ବିଶ୍ବାସ କରନ୍ତି ଯେ ଚାପକୁ ଲୋଡ୍ କମ କରିବା ଠିକ୍ ହେବ ଏବଂ ରୋହିତଙ୍କୁ ସର୍ଟ ଫର୍ମାଟ୍ ଅଧିନାୟକ କରାଯିବା ଠିକ୍ ହେବ ।

ସୂଚନାଥାଉ କି, 2021 ପୁରୁଷ ଟି-20 ବିଶ୍ୱକପ ଅକ୍ଟୋବର 17 ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏଥିରେ 16 ଟିମ ଭାଗ ନେବେ, ଯାହାର ଫାଇନାଲ 14 ନଭେମ୍ବର ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ଫାଇନାଲର ଦୁଇ ଦିନ ପରେ ଆରମ୍ଭ ହେବ । କାରଣ ଆଇପିଏଲ ଫାଇନାଲ ଅକ୍ଟୋବର 15 ରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି । ଆଇପିଏଲ୍ 2021 ର ଅବଶିଷ୍ଟ ଅଂଶ ୟୁଏଇରେ ସେପ୍ଟେମ୍ବର 19 ରୁ ଖେଳାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rohit Sharma Should Replace Virat Kohli As T20 Captain Ahead Of T20 World Cup: Monty Panesar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X