Rohit Sharma: ଡିଆରଏସ ଟାଇମ ଶେଷ ହେବା ପରେ ରିଭ୍ୟୁ ନେଲେ ରୋହିତ
ଟି୨୦ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଏହି ଘଟଣା ଦେଖିବାକୁ ମିଳିଥିଲା।
ରୋହିତ ଶର୍ମା ବ୍ୟାଟିଂ କରୁଥିବା ବେଳେ ଏମିତି ଘଟଣା ସମ୍ମୁଖକୁ ଆସିଥିଲା। ମ୍ୟାଚର ଦ୍ବିତୀୟ ଓଭର ବୋଲିଂ କରୁଥିଲେ ଫଜଲ୍ଲକ ଫାରୁକି। ଏହି ଓଭରରେ ସେ ରୋହିତ ଶର୍ମାଙ୍କୁ ଷ୍ଟମ୍ପ ସାମ୍ନାରେ ଟ୍ରାପ କରିଥିଲେ।
ଅମ୍ପାୟାର ମଧ୍ୟ ରୋହିତ ଶର୍ମାଙ୍କୁ ଆଉଟ ଦେଇଥିଲେ। ହେଲେ ରୋହିତ ଶର୍ମା ଅମ୍ପାୟାରଙ୍କ ନିଷ୍ପତ୍ତିର ରିଭ୍ୟୁ କରି ବର୍ତ୍ତି ଯାଇଥିଲେ। ରୋହିତ ଶର୍ମା ରିଭ୍ୟୁ ନେଇଥିବା ବେଳେ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତିରେ ରୋହିତ ବଞ୍ଚି ଯାଇଥିଲେ। ତେବେ ଡିଆରଏସ ନିଷ୍ପତ୍ତିକୁ ବିବାଦ ଦେଖା ଦେଇଥିଲା। ରାୟାନ ରିକେଲଟନଙ୍କ ସହିତ ଆଲୋଚନା କରି ରୋହିତ ରିଭ୍ୟୁ ନେଇଥିଲେ। ତେବେ ରିଭ୍ୟୁ ନେବା ବେଳକୁ ୧୫ ସେକେଣ୍ଡର ସମୟ ଅତିକ୍ରମ କରି ଯାଇଥିଲା।
ରୋହିତଙ୍କୁ ରିଭ୍ୟୁ ନେବାର ସୁଯୋଗ ଦେଇଥିଲେ ଫିଲ୍ଡ ଅମ୍ପାୟାର। ପରେ ଥାର୍ଡ ଅମ୍ପାୟର ମଧ୍ୟ ଏକ ଭୁଲ ନିଷ୍ପତ୍ତି ନେଇଥିଲେ। ବଲର ପ୍ରାରମ୍ଭିକ ମୁଭମେଣ୍ଟକୁ ଦେଖି ଥାର୍ଡ ଅମ୍ପାୟାର ବଲ ଲେଗଷ୍ଟମ୍ପ ବାହାରେ ପିଚ ହୋଇଥିବା ନେଇ ଅନୁମାନ ଲଗାଇଥିଲେ। ଫଳରେ ରୋହିତଙ୍କୁ ନଟଆଉଟ ଦିଆଯାଇଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଅମ୍ପାୟାରିଂର ସ୍ତର ଅତ୍ୟନ୍ତ ଖରାପ ରହିଛି। ପୂର୍ବରୁ ଇଶାନ କିଶନ ଆଉଟ ନ ଥିବା ବେଳେ ଅମ୍ପାୟାର ତାଙ୍କୁ ଆଉଟ ଦେଇଥିଲେ।ରୋହିତ ଶର୍ମା ମାତ୍ର ୭ ରନ କରିଥିବା ବେଳେ ତାଙ୍କୁ ନଟଆଉଟ ଘୋଷଣା କରାଯାଇଥିଲା। ପରେ ରୋହିତ ଶର୍ମା ୩୬ ବଲରୁ ୫୩ ରନ ସ୍କୋର କରିଥିଲେ। ଏହି ଇନିଂସରେ ରୋହିତ ୯ ଚୌକା ମାରିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨ ୱିକେଟ ହରାଇ ୨୧୭ ରନ କରିଥିଲା। ଦଳ ପକ୍ଷରୁ ରାୟାନ ରିକେଲଟନ ସର୍ବାଧିକ ୬୧ ରନ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୪୮ ରନ ଲେଖାଏ ସ୍କୋର କରିଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସ ୧୬.୧ ଓଭରରେ ୧୧୭ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩୦ ରନ କରିଥିବା ବେଳେ ୬ ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋରରେ ପହଞ୍ଚି ପାରି ନ ଥିଲେ। ମୁମ୍ବାଇ ପକ୍ଷରୁ କର୍ନ ଶର୍ମା ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଲେଖାଏ ୱିକେଟ ନେଇଥିଲେ।












Click it and Unblock the Notifications