Rohit Sharma: ରଣଜୀ ଖେଳିବେ ରୋହିତ ଶର୍ମା !

ରଣଜୀ ଖେଳିବେ ରୋହିତ ଶର୍ମା !୨୦୨୪-୨୫ ରଣଜୀର ୨ୟ ଫେଜ୍‌ରେ ଖେଳିପାରନ୍ତି ରୋହିତ ଶର୍ମା। ମୁମ୍ବାଇ ଟିମ୍‌ରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କଲେ। ଖରାପ ଫର୍ମକୁ ନେଇ ବିସିସିଆଇର ତାଗିଦ ପରେ ପ୍ରାକ୍ଟିସ୍‌।

Rohit Sharma

ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା । ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ ହୋଇଛନ୍ତି । ତେଣୁ ତାଙ୍କୁ ଦଳରୁ ବାଦ୍ ଦେବାକୁ ଦାବି କଲେଣି କ୍ରିକେଟପ୍ରେମୀ । ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ବାଦ୍ ପଡ଼ିବେ ରୋହିତ : ବର୍ଡର ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି । ତାଙ୍କ ବିନା ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତ କରିପାରେ । ହେଲେ ଏବେ ଯାଏ ସେ ନେଇ ନିଷ୍ପତ୍ତି ହୋଇନାହିଁ । ଆସନ୍ତା ୨ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଚମ୍ପିଆନ୍ସ ଟ୍ରଫିରୁ ହେବ ନିଷ୍ପତ୍ତି: କୁହାଯାଉଛି ଯେ, ଟିମ୍ ଇଣ୍ଡିଆରେ ରୋହିତଙ୍କ ଭବିଷ୍ୟତର ଚିତ୍ର ଚାମ୍ପିଅନ୍ସ ଟ୍ରଫି ଉପରେ ନିର୍ଭର କରିବ । ଏହାପରେ ହିଁ ବିସିସିଆଇ ବଡ଼ ନିଷ୍ପତ୍ତି ନେବ ।

ରିପୋର୍ଟ ମୁତାବକ, ବିସିସିଆଇ ଶନିବାର ହୋଇଥିବା ବୈଠକରେ ରୋହିତ ଏବଂ କୋହଲିଙ୍କ ବିଷୟରେ ଚର୍ଚ୍ଚା କରିଥିଲା । ହେଲେ ସେମାନଙ୍କୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇନାହିଁ । ବୋର୍ଡ ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଦେଖିବାକୁ ଚାହୁଁଛି ।

ବୋର୍ଡ ନଜରରେ ବିରାଟ-ରୋହିତ: ଏହାପରେ ସେମାନଙ୍କ କ୍ୟାରିୟର ଉପରେ ନିଷ୍ପତ୍ତି ନିଆଯିବ । ଯଦି ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଖରାପ ରୁହେ, ତେବେ ଉଭୟଙ୍କ ଉପରେ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି । ଉଭୟଙ୍କୁ ଦଳରୁ ବାଦ୍ ଦେଇପାରେ ବିସିସିଆଇ ।

ଟିମ୍ ଇଣ୍ଡିଆ ଫେବୃଆରୀ ଏବଂ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଖେଳିବ । ଏହାପରେ ଭାରତୀୟ ଟିମ୍ ଇଲଂଣ୍ଡ ଗସ୍ତ କରିବ । ଇଂଲଣ୍ଡରେ ଉଭୟ ଟିମ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବ । ଏଥିରେ ବିରାଟ ଖେଳିବେ ବୋଲି ଆଶା ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+