Rohit Sharma: ନୂଆ ଅଧିନାୟକ ଖୋଯିବାକୁ ସଂକେତ ଦେଲେ ରୋହିତ ଶର୍ମା
ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନର ସମୀକ୍ଷା ବିସିସିଆଇ ପକ୍ଷରୁ ଶନିବାର କରାଯାଇଛି । ରୋହିତ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନର ସମୀକ୍ଷା ବିସିସିଆଇ ପକ୍ଷରୁ ଶନିବାର କରାଯାଇଛି। ଏହି ଅତି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ବିସିସିଆଇର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ତେବେ ଏହି ଅବସରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦଳର ଦୋଷ, ଦୁର୍ବଳତା ଓ ଆବଶ୍ୟକତା ସହ ବ୍ୟକ୍ତିଗତ ଲକ୍ଷ୍ୟ ନେଇ ବିସ୍ତୃତ ଓ ଖୋଲାଖୋଲି ଆଲୋଚନା କରିଥିଲେ।

ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଆଉ କିଛି ମାସ ଦଳର ଅଧିନାୟକ ରହିବାକୁ ରୋହିତ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଏବେଠାରୁ ନୂଆ ଅଧିନାୟକ ଖୋଜା ଆରମ୍ଭ କରିଦେବାକୁ ରୋହିତ ବୋର୍ଡ ଅଧିକାରୀଙ୍କୁ ସଙ୍କେତ ଦେଇଛନ୍ତି।
ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରାଙ୍କୁ ରୋହିତଙ୍କ ଉତ୍ତରାଧିକାରୀ ଭାବେ ବାଛିବାକୁ କିଛି ଅଧିକାରୀ କହିଥିଲେ ମଧ୍ୟ ଅନ୍ୟ ଅଧିକାରୀମାନେ ଏଥିରେ ରାଜି ହୋଇ ନଥିଲେ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦିଓ ରୋହିତ ଟେଷ୍ଟ୍ ଦଳର ଅଧିନାୟକ ପଦ ଛାଡ଼ିବାକୁ ଏକପ୍ରକାର ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି। ହେଲେ ଦିନିକିଆ ଅଧିନାୟକ ପଦରେ ରହିବାକୁ ଚାହୁଛନ୍ତି। ସୂଚନାଯୋଗ୍ୟ ଯେ ଭାରତ ଚଳିତମାସ ୨୨ ତାରିଖରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ପରେ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଖେଳିବ। ଏହା ପରେ ଦିନିକିଆ ଫର୍ମାଟ୍ରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଦୁବାଇ ଯିବ।












Click it and Unblock the Notifications