Get Updates
Get notified of breaking news, exclusive insights, and must-see stories!

Rohit Sharma: ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଲେ ରୋହିତ ଶର୍ମା

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍। ପର୍ଥରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ କରିଛି । ଦୀର୍ଘ ୨୨୪ ଦିନର ଅପେକ୍ଷା ପରେ ପ୍ରଶଂସକମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜୋଡ଼ିକୁ ନୀଳ ଜର୍ସିରେ ପୁନର୍ବାର ଦେଖିବାକୁ ପାଇଛନ୍ତି । ଅଷ୍ଟ୍ରେଲିଆର ଅପ୍ଟସ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ-ରୋହିତଙ୍କୁ ଏକାଠି ଦେଖିବା ପାଇଁ ଅଧିକ ଉତ୍ସାହିତ ଥିଲେ। ଚାମ୍ପିଅନ ଖେଳାଳି ମଇଦାନରେ ଥିଲେ କିଛି ନା କିଛି ରେକର୍ଡ ନିଶ୍ଚିତ ହୁଏ।

୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ୍‌ର ପ୍ରଥମ ମୁକାବିଲା ରୋହିତଙ୍କ ପାଇଁ ଟସ୍‌ରୁ ହିଁ ସ୍ବତନ୍ତ୍ର ହୋଇଛି ।

ଏହା ହିଟମ୍ୟାନ ରୋହିତଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁଣି ଥରେ ଟସ ହାରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Rohit Sharma played his 500th international match

ଏକ ବର୍ଷ ମଧ୍ୟରେ ଭାରତକୁ ଦୁଇଟି ଆଇସିସି ଟ୍ରଫି ଜିତାଇଥିବା ଅଧିନାୟକ ରୋହିତ ଶର୍ମା ଏବେ ୫୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଭଳି ଉପଲବ୍ଧି ହାସଲ କରିବାରେ ଭାରତର ୫ମ ଓ ବିଶ୍ୱର ୧୧ତମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଭାରତ ପାଇଁ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (୬୬୪), ବିରାଟ କୋହଲି (୫୫୦), ଏମଏସ ଧୋନୀ (୫୩୫) ଓ ରାହୁଲ ଦ୍ରାବିଡ଼ (୫୦୪) ହାସଲ କରିଛନ୍ତି।

ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିଲେ, ୪୯୯ ମ୍ୟାଚରେ ୪୨.୧୮ର ହାରାହାରିରେ ସେ ୧୯,୭୦୦ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୨୬୪ ରନ, ଯାହା ଏକଦିବସୀୟ କ୍ରିକେଟରେ ସର୍ବବୃହତ ଇନିଂସ ମଧ୍ୟ ଅଟେ। ଏହା ସହିତ ତାଙ୍କ ନାମରେ ୪୯ଟି ଶତକ ଓ ୧୦୮ଟି ଅର୍ଦ୍ଧଶତକ ରହିଛି। ସେ ଏକଦିବସୀୟ କ୍ରିକେଟରେ ସେ ତିନୋଟି ଦ୍ୱିଶତକ ହାସଲ କରିଥିବା ଏକମାତ୍ର କ୍ରିକେଟର ଅଟନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+