ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରୁ ରୋହିତ ଆଉଟ୍, ମଙ୍ଗ ଧରିବେ ଏହି ଖେଳାଳି...
ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ତୁଲାଇବେ ।

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ତୁଲାଇବେ । ବ୍ୟକ୍ତିଗତ କାରଣରୁ ରୋହିତ ପ୍ରଥମ ଦିନିକିଆରେ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ।
ଦିଲ୍ଲୀ ଟେଷ୍ଟ ଶେଷ ହେବାର କିଛି ଘଣ୍ଟା ପରେ ବିସିସିଆଇ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ ପାଇଁ ମଧ୍ୟ ଦଳ ଘୋଷଣା କରିଛି । ଏହାଛଡ଼ା ଦୀର୍ଘ ଦିନ ପରେ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଜୟଦେବ ଉନାଦକଟ ମଧ୍ୟ ୧୦ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି।
ସେହିପରି ବାକି ଥିବା ଆଉ ୨ଟି ଟେଷ୍ଟ ପାଇଁ ମଧ୍ୟ ଦଳ ଘୋଷଣା ହୋଇଛି । ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଖରାପ ଫର୍ମ ସତ୍ତ୍ୱେ କେଏଲ୍ ରାହୁଲଙ୍କୁ ଶେଷ ଦୁଇଟି ଟେଷ୍ଟ ପାଇଁ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ଏହାଛଡ଼ା ଦ୍ବିତୀୟ ଟେଷ୍ଟ ପୂର୍ବରୁ ରଣଜୀ ଟ୍ରଫି ଫାଇନାଲ ଖେଳିବା ପାଇଁ ଦଳରୁ ରିଲିଜ୍ ହୋଇଥିବା ଜୟଦେବ ଉନାଦକଟ୍ ଫେରିଛନ୍ତି ।
ଉଲ୍ଲେଖଥାଉ କି, ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ୪ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ମ୍ୟାଚରେ ୨-୦ରେ ଆଗୁଆ ରହିଛି । ସେହିପରି ଟେଷ୍ଟ ସିରିଜ ଜିତିବା ପାଇଁ ୩ୟ ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେଏସ ଭାରତ, ଇଶାନ କିଷାନ, ଆର ଅଶ୍ୱିନୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକତ ।
ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ, ସାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଦକଟ ।












Click it and Unblock the Notifications