Get Updates
Get notified of breaking news, exclusive insights, and must-see stories!

ବିଶ୍ଵକପରେ ସର୍ବାଧିକ ଛକା ମାରିବାର ରେକର୍ଡ କଲେ ରୋହିତ ଶର୍ମା

ବିଶ୍ଵକପରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ତାଙ୍କ ବ୍ୟାଟରୁ ଆଜି ଛକାର ବର୍ଷା ହେବା ପରେ ସେ ଏହି ରେକର୍ଡ ହାସଲ କରିଛନ୍ତି । ସେ ଛକାରେ ଦୁଇଟି ରେକର୍ଡ଼ କରିଛନ୍ତି । ଗୋଟିଏ ବିଶ୍ଵକପ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ଏହା ସହ ବିଶ୍ଵକପରେ ସେ ସର୍ବାଧିକ ଛକା ମାରିଛନ୍ତି ।

ବିଶ୍ୱକପ୍‌ରେ ମୋଟ ୫୦ଟି ଛକା ମାରିବା ସହ ଏହି ରେକର୍ଡ ହାସଲ କରିଥିଲେ । ତାଙ୍କ ପଛକୁ ୪୯ଟି ଛକା ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟର କ୍ରିସ ଗେଲ ଥିବା ବେଳେ ଅଷ୍ଟ୍ରେଲିଆର ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲ ୪୩ ଛକା ସହ, ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ଏବି ଡି ଭିଲିୟର୍ସ ୩୭ ଛକା ଓ ଅଷ୍ଟ୍ରେଲିଆର ବ୍ୟାଟର ଡେଭିଡ୍ ୱାର୍ଣ୍ଣର ୩୭ ଛକା ସହ ପଞ୍ଚମ ସ୍ଥାନରେ ଅଛନ୍ତି ।

ସେହିପରି ଗୋଟିଏ ବିଶ୍ୱକପ ସଂସ୍କରଣରେ ସର୍ବାଧିକ ଛକା ମାରିବାର ରେକର୍ଡ଼ କରିଛନ୍ତି ରୋହିତ ଶର୍ମା । ରୋହିତ ଚଳିତ ବର୍ଷ ୨୭ ଟି ଛକା ମାରିବା ସହ ଏହି ରେକର୍ଡ଼ କରିଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟର କ୍ରିସ୍ ଗେଲ୍ ୨୦୧୫ ସିଜିନରେ ୨୬ ଟି ଛକା ମାରିଥିବା ବେଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଏନ୍ ମୋର୍ଗାନ୍ ୨୦୧୯ ସିଜିନରେ ୨୨ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆର ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲ ବି ଚଳିତ ସିଜିନରେ (୨୦୨୩) ରେ ୨୨ ଟି ଛକା ମାରିଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ଏବି ଡି ଭିଲିୟର୍ସ ୨୦୧୫ରେ ୨୧ ଓ ଡି କକ୍ ଚଳିତ ସିଜିନରେ (୨୦୨୩) ରେ ୨୧ ଟି ଛକା ମାରିଛନ୍ତି ।

rohit_sharma

ସେହିପରି ଅଧିନାୟକ ଭାବରେ ଗୋଟିଏ ବିଶ୍ଵକପରେ ସେ ସର୍ବାଧିକ ଛକା ମାରିଛନ୍ତି । ରୋହିତ ଶର୍ମା ଗତ ମ୍ୟାଚରେ ଏହି ରେକର୍ଡ଼ ହାସଲ କରିଥିଲେ । ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଆନ୍ ମୋର୍ଗାନ୍ ୨୦୧୯ ବିଶ୍ଵକପରେ ୨୨ ଟି ଛକା ମାରିଥିଲେ । ସେହିପରି ସାଉଥ୍ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ୨୦୧୫ରେ ୨୧, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ୍ ଫିଞ୍ଚ ୨୦୧୯ରେ ୧୮, ୨୦୧୫ର ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡେନ ମ୍ୟାକକୁଲମ୍ ୧୭ ଟି ଛକା ମାରିଥିଲେ।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି । ଗତ ମ୍ୟାଚରେ ସେ ଏହି ରେକର୍ଡ଼ କରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ସାଉଥ୍ ଆଫ୍ରିକାର ପୂର୍ବତନ ବ୍ୟାଟର ଏ ବି ଡିଭିଲିୟର୍ସଙ୍କ ନାମରେ ଥିଲା । ସେ ୨୦୧୫ କ୍ୟାଲେଣ୍ଡର ବର୍ଷରେ ୫୮ ଟି ଛକା ମାରିଥିଲେ । ସେହିପରି କ୍ରିସ୍ ଗେଲ ୨୦୧୯ ରେ ୫୬ ଟି ଛକା ମାରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+