For Quick Alerts
Turn On Notification  
For Daily Alerts
Oneindia App Download

କାହିଁକି ବାଦ୍ ପଡିଲେ ରୋହିତ ? ଶାସ୍ତ୍ରୀ କହିଲେ ଡାକ୍ତରୀ ରିପୋର୍ଟ ଅନୁଯାୟୀ ଦିଆଯାଇଛି ବାଦ

ବିଗତ ଦିନରେ ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଡାକ୍ତରୀ ରିପୋର୍ଟକୁ ଅଧାର କରି ରୋହତି ଶର୍ମାଙ୍କୁ ବାଦ୍ ଦିଆଯାଇଥିବା ଭାରତୀ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ।

|

ଦୁବାଇ : ଯୁଏଇରେ ଚାଲିଥିବା ଆଇପିଏଲ୍ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଯିବାକୁ ଥିବା ଭାରତୀୟ କ୍ରିକେଟ ଟିମ୍ ସେଠାରେ ସିରିଜ ଖେଳିବ । ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ଚର୍ଚାରେ ଥିବା କେ ଏଲ ରାହୁଲଙ୍କୁ ଉପଅଧିନାୟକ ବଛାଯାଇଛି । ତେବେ ବିଗତ ଦିନରେ ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ରୋହିତଙ୍କୁ ଦଳରୁ ବାଦ୍ ଦିଆଯିବା ନିଷ୍ପତ୍ତି ଅନେକ କ୍ରିକେଟ ପ୍ରେମୀଙ୍କୁ ବ୍ୟଥିତ କରିଛି । ଖୋଦ୍ ରୋହିତ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଭଲ ଫର୍ମରେ ଥିବା ସତ୍ତ୍ୱେ କାହିଁକି ରୋହିତଙ୍କୁ ଦଳରୁ ବାଦ୍ ଦିଆଗଲା ସେନେଇ ଅନେକ କଳ୍ପନାଯଳ୍ପନା ପ୍ରକାଶ ପାଇଛି ।

ରୋହିତ ଶର୍ମା

ଏପରିକି ଦଳରୁ ବାଦ୍ ପରଦିନ ରୋହିତ ନେଟସରେ ଜୋରଦାର ଅଭ୍ୟାସ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଶେଷରେ ଏନେଇ ମୁହଁ ଖୋଲଛନ୍ତି । ଡାକ୍ତରୀ ରିପୋର୍ଟକୁ ଅଧାର କରି ରୋହତି ଶର୍ମାଙ୍କୁ ବାଦ୍ ଦିଆଯାଇଥିବା ରବି ଶାସ୍ତ୍ରୀ କହିଛନ୍ତି ।
ରୋହିତ ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳୁଥିବା ସମୟରେ ଆଘାତପ୍ରାପ୍ତ ହୋଇଥିଲେ । ଆହତ ହୋଇଥିବା ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଗଲେ ଅଧିକ ଆଘାତ ହେବାର ସମ୍ବାବନା ରହିଥିବା ଆଶଙ୍କା କରାଯାଉଛି । ରୋହିତଙ୍କ ଆଗକୁ ଏକ ଲମ୍ବା କ୍ରିକେଟ୍ କ୍ୟାରିୟର ରହିଥିବା ବେଳେ ଏହି ଆଘାତକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି । ଏହି କାରଣରୁ ଡାକ୍ତରୀ ରିପୋର୍ଟ ଆଧାରରେ ରୋହିତଙ୍କୁ ବାଦ୍ ଦିଆଯାଇଥିବା ରବି ଶାସ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।

ଡାକ୍ତରୀ ରିପୋର୍ଟ ପ୍ରସ୍ତୁତ କରିବାକୁ ସ୍ୱତନ୍ତ୍ର ଟିମ୍ ରହିଛି । ଏହି ଟିମ୍ ରେ ଦଳୀୟ ମ୍ୟାନେଜମେଣ୍ଟ୍ ମୁଣ୍ଡ ଖେଳାଏ ନାହିଁ । ଏହି ଡାକ୍ତରୀ ଟିମ୍ ସବୁ ସମୟରେ ଖେଳାଳୀମାନଙ୍କର ଫିଟନେସ୍ ରିପୋର୍ଟ ଦେଇଥାନ୍ତି । ଯାହାକୁ ନେଇ ମନୋନୟନକାରୀମାନେ ଖେଳାଳୀମାନଙ୍କୁ ପରବର୍ତ୍ତୀ ସମୟରେ ଚୟନ କରିଥାନ୍ତି । ରୋହିତଙ୍କ କ୍ଷେତ୍ରରେ ମଧ୍ୟ ସମାନ କାର୍ଯ୍ୟ କରଯାଇଥିଲା । ଡାକ୍ତରୀ ରିପୋର୍ଟ ଆଧାରରେ ଜାତୀୟ ମନୋନୟନକାରୀମାନେ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରୁ ବାଦ୍ ଦେଇଥିବା ଶାସ୍ତ୍ରୀ କହିଥିଲେ । ନିଜ ଉଦାହରଣ ଦେଇ ଶାସ୍ତ୍ରୀ କହିଛନ୍ତି, ସେ ଖେଳୁଥିବା ସମୟରେ ଆହତ ହୋଇଥିଲେ । ଡାକ୍ତର ତାଙ୍କୁ ତିନରୁ ଚାରି ମାସ ବିଶ୍ରାମ ନେବାକୁ କହିଥିବା ବେଳେ ସେ କିନ୍ତୁ ଖେଳ ଯାରି ରଖିଥିଲେ । ଫଳରେ ଅଧିକ ଆଘାତପ୍ରାପ୍ତ ହୋଇ ଶେଷରେ ସେ କ୍ରିକେଟରୁ ଅବସର ନେଇଥିଲେ । ଯଦି ଡାକ୍ତରଙ୍କ ପରାମର୍ଶ ମାନିଥାନ୍ତେ ସେ ଅଧିକ ପାଂଚ ବର୍ଷ କ୍ରିକେଟ୍ ଖେଳି ପାରିଥାନ୍ତେ ବୋଲି କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Indian national cricket team head coach Ravi Shastri has revealed Rohit Sharma's medical report and advised him not to rush his comeback.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X