Get Updates
Get notified of breaking news, exclusive insights, and must-see stories!

କାହିଁକି ବାଦ୍ ପଡିଲେ ରୋହିତ ? ଶାସ୍ତ୍ରୀ କହିଲେ ଡାକ୍ତରୀ ରିପୋର୍ଟ ଅନୁଯାୟୀ ଦିଆଯାଇଛି ବାଦ

ବିଗତ ଦିନରେ ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଡାକ୍ତରୀ ରିପୋର୍ଟକୁ ଅଧାର କରି ରୋହତି ଶର୍ମାଙ୍କୁ ବାଦ୍ ଦିଆଯାଇଥିବା ଭାରତୀ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ।

ଦୁବାଇ : ଯୁଏଇରେ ଚାଲିଥିବା ଆଇପିଏଲ୍ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଯିବାକୁ ଥିବା ଭାରତୀୟ କ୍ରିକେଟ ଟିମ୍ ସେଠାରେ ସିରିଜ ଖେଳିବ । ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ଚର୍ଚାରେ ଥିବା କେ ଏଲ ରାହୁଲଙ୍କୁ ଉପଅଧିନାୟକ ବଛାଯାଇଛି । ତେବେ ବିଗତ ଦିନରେ ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ରୋହିତଙ୍କୁ ଦଳରୁ ବାଦ୍ ଦିଆଯିବା ନିଷ୍ପତ୍ତି ଅନେକ କ୍ରିକେଟ ପ୍ରେମୀଙ୍କୁ ବ୍ୟଥିତ କରିଛି । ଖୋଦ୍ ରୋହିତ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଭଲ ଫର୍ମରେ ଥିବା ସତ୍ତ୍ୱେ କାହିଁକି ରୋହିତଙ୍କୁ ଦଳରୁ ବାଦ୍ ଦିଆଗଲା ସେନେଇ ଅନେକ କଳ୍ପନାଯଳ୍ପନା ପ୍ରକାଶ ପାଇଛି ।

ରୋହିତ ଶର୍ମା

ଏପରିକି ଦଳରୁ ବାଦ୍ ପରଦିନ ରୋହିତ ନେଟସରେ ଜୋରଦାର ଅଭ୍ୟାସ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଶେଷରେ ଏନେଇ ମୁହଁ ଖୋଲଛନ୍ତି । ଡାକ୍ତରୀ ରିପୋର୍ଟକୁ ଅଧାର କରି ରୋହତି ଶର୍ମାଙ୍କୁ ବାଦ୍ ଦିଆଯାଇଥିବା ରବି ଶାସ୍ତ୍ରୀ କହିଛନ୍ତି ।
ରୋହିତ ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳୁଥିବା ସମୟରେ ଆଘାତପ୍ରାପ୍ତ ହୋଇଥିଲେ । ଆହତ ହୋଇଥିବା ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଗଲେ ଅଧିକ ଆଘାତ ହେବାର ସମ୍ବାବନା ରହିଥିବା ଆଶଙ୍କା କରାଯାଉଛି । ରୋହିତଙ୍କ ଆଗକୁ ଏକ ଲମ୍ବା କ୍ରିକେଟ୍ କ୍ୟାରିୟର ରହିଥିବା ବେଳେ ଏହି ଆଘାତକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି । ଏହି କାରଣରୁ ଡାକ୍ତରୀ ରିପୋର୍ଟ ଆଧାରରେ ରୋହିତଙ୍କୁ ବାଦ୍ ଦିଆଯାଇଥିବା ରବି ଶାସ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।

ଡାକ୍ତରୀ ରିପୋର୍ଟ ପ୍ରସ୍ତୁତ କରିବାକୁ ସ୍ୱତନ୍ତ୍ର ଟିମ୍ ରହିଛି । ଏହି ଟିମ୍ ରେ ଦଳୀୟ ମ୍ୟାନେଜମେଣ୍ଟ୍ ମୁଣ୍ଡ ଖେଳାଏ ନାହିଁ । ଏହି ଡାକ୍ତରୀ ଟିମ୍ ସବୁ ସମୟରେ ଖେଳାଳୀମାନଙ୍କର ଫିଟନେସ୍ ରିପୋର୍ଟ ଦେଇଥାନ୍ତି । ଯାହାକୁ ନେଇ ମନୋନୟନକାରୀମାନେ ଖେଳାଳୀମାନଙ୍କୁ ପରବର୍ତ୍ତୀ ସମୟରେ ଚୟନ କରିଥାନ୍ତି । ରୋହିତଙ୍କ କ୍ଷେତ୍ରରେ ମଧ୍ୟ ସମାନ କାର୍ଯ୍ୟ କରଯାଇଥିଲା । ଡାକ୍ତରୀ ରିପୋର୍ଟ ଆଧାରରେ ଜାତୀୟ ମନୋନୟନକାରୀମାନେ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳରୁ ବାଦ୍ ଦେଇଥିବା ଶାସ୍ତ୍ରୀ କହିଥିଲେ । ନିଜ ଉଦାହରଣ ଦେଇ ଶାସ୍ତ୍ରୀ କହିଛନ୍ତି, ସେ ଖେଳୁଥିବା ସମୟରେ ଆହତ ହୋଇଥିଲେ । ଡାକ୍ତର ତାଙ୍କୁ ତିନରୁ ଚାରି ମାସ ବିଶ୍ରାମ ନେବାକୁ କହିଥିବା ବେଳେ ସେ କିନ୍ତୁ ଖେଳ ଯାରି ରଖିଥିଲେ । ଫଳରେ ଅଧିକ ଆଘାତପ୍ରାପ୍ତ ହୋଇ ଶେଷରେ ସେ କ୍ରିକେଟରୁ ଅବସର ନେଇଥିଲେ । ଯଦି ଡାକ୍ତରଙ୍କ ପରାମର୍ଶ ମାନିଥାନ୍ତେ ସେ ଅଧିକ ପାଂଚ ବର୍ଷ କ୍ରିକେଟ୍ ଖେଳି ପାରିଥାନ୍ତେ ବୋଲି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+