ରୋହିତ ଶର୍ମା ଦିନିକିଆ ଟିମର ନୂତନ କ୍ୟାପ୍ଟେନ୍
ମୁମ୍ବାଇ: ଭାରତୀୟ ୱାନ ଡେ ଟିମର ନୂତନ ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି ରୋହିତ ଶର୍ମା। ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ମିଳିଛି ଏହି ନୂତନ ଦାୟିତ୍ଵ। ସେହିପରି ଆଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ସେ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ପୂର୍ବରୁ ନଭେମ୍ବରରେ ରୋହିତ ବିରାଟ କୋହଲିଙ୍କ ବଦଳରେ ଭାରତୀୟ ଦଳର ଟି୨୦ ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ । ଏବେ ତାଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆଜି ବିସିସିଆଇ ପକ୍ଷରୁ ନିଆ ଯାଇଛି ଏହି ଗୁରୁତ୍ଵ ପୂର୍ଣ ନିଷ୍ପତ୍ତି। ଦିନିକିଆରୁ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯାଇଛି ତାଁ ସେ ସ୍ୱତଃ ଓହରି ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ପୂର୍ବରୁ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ଶୁଭମନ ଗିଲଙ୍କୁ ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ଦିଆଯାଇଛି । ରୋହିତ ଶର୍ମାଙ୍କୁ କାହିଁକି ହଟାତ କ୍ଯାପଟେନ ଘୋଷଣା କରାଯାଇଛି ସେ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।












Click it and Unblock the Notifications