ଦୁଇ ଭାଗ ହେବ ଅଧିନାୟକ ପଦ, ନିଜେ ଘୋଷଣା କରିବେ କୋହଲି

ଟେଷ୍ଟ ଭାର କୋହଲିଙ୍କ କାନ୍ଧରେ ଓ ସୀମିତ ଓଭର (ଦିନିକିଆ ଓ ଟି-20) ଭାର ଏବେର ଉପଅଧିନାୟକ ରୋହିତ ଶର୍ମାଙ୍କ କାନ୍ଧକୁ ଯିବ ବୋଲି ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ନୂଆଦିଲ୍ଲୀ: ଦୁଇ ଭାଗ ହେବ ଅଧିନାୟକ ପଦ । ତିନୋଟି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ଭାର ଦୁଇ ଭାଗରେ ବିଭକ୍ତ ହେବ । ଏନେଇ ଖୁବଶୀଘ୍ର ନିଜେ ଘୋଷଣା କରିବେ କ୍ୟାପଟେନ କୋହଲି । ଟେଷ୍ଟ ଭାର କୋହଲିଙ୍କ କାନ୍ଧରେ ଓ ସୀମିତ ଓଭର (ଦିନିକିଆ ଓ ଟି-20) ଭାର ଏବେର ଉପଅଧିନାୟକ ରୋହିତ ଶର୍ମାଙ୍କ କାନ୍ଧକୁ ଯିବ ବୋଲି ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

virat kohli

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଟି-20 ବିଶ୍ୱକପ ପରେ ରୋହିତଙ୍କ ପାଖକୁ ସୀମିତ ଓଭର ଅଧିନାୟକତ୍ୱ ଯାଇପାରେ ବୋଲି ଦଳର ନିକଟ ସୂତ୍ର ସୂଚନା ଦେଇଛି। ଅନ୍ତତଃ ପକ୍ଷେ ଟି-20 ଫର୍ମାଟରେ ରୋହିତଙ୍କୁ ଦାୟିତ୍ୱ ମିଳିବା ନେଇ ସମ୍ଭାବନା ଅଧିକ ଥିବା ସେ କହିଛନ୍ତି ।

ନିଜେ ଏହି ଘୋଷଣା କରିବେ କୋହଲି

ସୂଚନାନୁସାରେ, କୋହଲି ନିଜେ ଏହି ଘୋଷଣା କରିବେ। ସେ ବିଶ୍ୱାସ କରନ୍ତି ଯେ, ସେ ତାଙ୍କ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ପାଇଁ ପୁଣି ଚେଷ୍ଟା କରିବା ଆବଶ୍ୟକ ହୋଇପଡିଛି । ଫଳରେ ସୀମିତ ଓଭର ଫର୍ମାଟରେ ବ୍ୟକ୍ତିଗତ ବ୍ୟାଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ଏପରି ନିପତ୍ତି ନେବାକୁ ଯାଉଛନ୍ତି ।

virat kohli

ନିଜ ବ୍ୟାଟିଂ ଉପରେ ଧ୍ୟାନ ଅଧିକ ଦେବା ପାଇଁ ଏପରି ଯୋଜନା

ଏହି ସୂତ୍ରରୁ ପ୍ରକାଶ ଯେ, ଏହା ଭାରତ ଦୃଷ୍ଟିକୋଣରୁ ଏକ ଐତିହାସିକ ଟେଷ୍ଟ ଚକ୍ରକୁ ଶେଷ କରିବ। ବିରାଟ ଏହା ମଧ୍ୟ ଅନୁଭବ କରିଛନ୍ତି ଯେ ସମସ୍ତ ଫର୍ମାଟରେ ଅଧିନାୟକ ଭାବରେ ତାଙ୍କର ସାମଗ୍ରିକ ଦାୟିତ୍ୱ ତାଙ୍କ ବ୍ୟାଟିଂରେ ପ୍ରଭାବ ପକାଉଛି। ଯଦି ରୋହିତ ହ୍ୱାଇଟବଲ କ୍ରିକେଟର ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ବିରାଟ ଟେଷ୍ଟରେ ଭାରତର ଅଧିନାୟକତ୍ୱ ଜାରି ରଖିପାରିବେ ଏବଂ ତାଙ୍କ ଟି-20 ଏବଂ ଦିନିକିଆ ବ୍ୟାଟିଂରେ ଅଧିକ ସୁଧାର ଆସି ପାରିବ । କାରଣ 32 ବର୍ଷ ବୟସ ଏବଂ ତାଙ୍କ ଫିଟନେସକୁ ଦୃଷ୍ଟିରେ ରଖି ସେ ଅତି କମରେ ଆଗାମୀ ପାଞ୍ଚରୁ ଛଅ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିବେ।

virat kohli

ଟେଷ୍ଟରେ ଅଧିନାୟକ ରହିବେ କୋହଲି

ଟେଷ୍ଟ ଭାର ନିଜ କାନ୍ଧରେ ରଖି ଓ ସୀମିତ ଓଭର (ଦିନିକିଆ ଓ ଟି-20) ଭାର ରୋହିତ ଶର୍ମାଙ୍କୁ ଦେବେ । ଏହି 32 ବର୍ଷୀୟା, ବର୍ତ୍ତମାନ ପର୍ଯ୍ୟନ୍ତ 95ଟି ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ଯେଉଁଥିରେ 27ଟି ପରାଜୟ ଏବଂ 65ଟି ବିଜୟ ସହିତ 70.43ର ବିଜୟ ହାର ରହିଛି । ସେହିପରି 45ଟି ଟି-20 ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ଦଳ 14ଟି ପରାଜୟ ଓ 27ଟିରେ ବିଜୟ ପାଇଛନ୍ତି କୋହଲି ।

virat kohli

ସେହିପରି ଅପରପକ୍ଷେ ଥିବା ଉପଅଧିନାୟକ ରୋହିତ ଶର୍ମା, 10ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରି ଆଠଟି ବିଜୟ ଓ ଦୁଇଟି ପରାଜୟ ପାଇଛନ୍ତି । ସେହିପରି ସେ ଟି-20ରେ 19 ଥର ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ସେ 15 ଟି ଜିତିଛନ୍ତି ଏବଂ 4ଟିରେ ହାରିଛନ୍ତି।

କୋହଲିଙ୍କ ଖାତାରେ ନାହିଁ କୌଣସି ଆଇସିସି ଟ୍ରଫି

ଦଳର ଭାର ଗ୍ରହଣ କରିବା ପରଠାରୁ କୋହଲିଙ୍କ ଅଧିନାୟକତ୍ୱର ସବୁଠାରୁ ବଡ ସମାଲୋଚନା ହେଉଛି ଆଇସିସି ଟ୍ରଫି ଜିତିବାରେ ବିଫଳତା। ଜୁନ୍ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ଭାରତ ହାରି ଯାଇଥିଲା । ଯାହା ପ୍ରସଙ୍ଗକୁ ବଢାଇ ଦେଇଥିଲା । ତେବେ TOI ରିପୋର୍ଟ ଅନୁଯାୟୀ, କୋହଲି, ରୋହିତ ଏବଂ ଭାରତୀୟ ଦଳ ପରିଚାଳନା କମିଚି ଗତ କିଛି ମାସ ମଧ୍ୟରେ ବୈଠକ କରି ଏହି ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ।

virat kohli

2016 ରେ ଅନୁଷ୍ଠିତ ଟି-20 ବିଶ୍ୱକପରେ କୋହଲି ଅଧିନାୟକତ୍ୱରେ ଭଲ ଆରମ୍ଭ କରିଥିଲେ । କିନ୍ତୁ ସେମିଫାଇନାଲରେ ଇଣ୍ଡିଜ୍ ତାଙ୍କୁ ପରାସ୍ତ କରି ବାଟ ଦେଖାଇଥିଲେ। ତା'ପରେ 2017 ଚାମ୍ପିଅନ୍ସ ଟ୍ରଫିରେ ଭାରତ ଫାଇଲରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ପ୍ରତ୍ୟେକ ଥର ଭଳି, 2019 ଦିନିକିଆ ବିଶ୍ୱକପରେ ଭାରତୀୟ ଦଳ ବଡ଼ ଦଳକୁ ଟ୍ରାପ୍ କରି ସେମିଫାଇନାଲରେ ପହଞ୍ଚିଥିଲା ମାତ୍ର ଏଠାରେ ସେମାନେ ନ୍ୟୁଜିଲାଣ୍ଡ ଦ୍ୱାରା ପରାସ୍ତ ହୋଇଥିଲେ ।

ତେଣୁ କୋହଲିଙ୍କ ଅଧିନାୟକତ୍ୱରେ ଆଗାମୀ ଟି-20 ବିଶ୍ୱକପରେ ଦଳ ଟାଇଟଲ ଜିତିବାକୁ ଚାହୁଁଛି। ଶେଷ ଆଇସିସି ଟ୍ରଫି 2013 ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଜିତିଥିଲା । କୋହଲିଙ୍କ ଅଧିନାୟକତ୍ୱ ଅତ୍ୟନ୍ତ ଭଲ, କିନ୍ତୁ ଗତ ଦୁଇ ବର୍ଷ ଧରି ତାଙ୍କ ଉପରେ ଚାପର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି । ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକ କୋହଲି 2019 ପରେ ଗୋଟିଏ ଶତକ ସ୍କୋର କରିପାରି ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+