ନାଗପୁର ଟେଷ୍ଟରେ ଶତକ ସହ ଇତିହାସ ରଚିଲେ ରୋହିତ ଶର୍ମା: ଏମିତି କରିବାରେ ପ୍ରଥମ ଭାରତୀୟ ଅଧିନାୟକ
ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନାଗପୁର ଟେଷ୍ଟରେ ରୋହିତ ଶର୍ମା ନିଜର ନବମ ଶତକ ହାସଲ କରିଛନ୍ତି । ତେବେ ରୋହିତ ଏହି ଶତକ ମାରିବା ମାତ୍ରେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି ହୋଇଛି ।

Rohit Sharma News in Odia: ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନାଗପୁର ଟେଷ୍ଟରେ ରୋହିତ ଶର୍ମା ନିଜର ନବମ ଶତକ ହାସଲ କରିଛନ୍ତି । ତେବେ ରୋହିତ ଏହି ଶତକ ମାରିବା ମାତ୍ରେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି ହୋଇଛି ।
ସେ ତିନୋଟି ଭାରତୀୟ ଫର୍ମାଟରେ (ଦିନିକିଆ, ଟେଷ୍ଟ ଓ ଟି-୨୦) ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇ ପାରିଛନ୍ତି । ବିଶ୍ୱ କ୍ରିକେଟରେ କେବଳ ଚାରିଜଣ ଖେଳାଳି ଏହା କରିବାରେ ସକ୍ଷମ ହୋଇଛନ୍ତି । ରୋହିତଙ୍କ ପୂର୍ବରୁ ବାବର ଆଜାମ, ଦିଲଶାନ ଓ ଫାଫ ଡୁ ପ୍ଲେସିସ୍ ମଧ୍ୟ ଏହି କୀର୍ତ୍ତିମାନ କରି ସାରିଛନ୍ତି ।
ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସରେ ୧୭୭ ରନ କରି ଅଲଆଉଟ ହେବା ପରେ ଭାରତ ତା'ର ଇନିଂସ ଆରମ୍ଭ କରିଛି। ତେବେ ଦ୍ୱିତୀୟ ଦିନରେ ରୋହିତ ଶତକ ହାସଲ କରିଛନ୍ତି । ରୋହିତ ତାଙ୍କ ଇନିଂସରେ ଉଭୟ ସ୍ପିନର ଓ ପେସରଙ୍କୁ ବେଶ ଦମଦାର ମୁକାବିଲା କରି ୧୭୧ ବଲରେ ଶତକ ହାସଲ କରିଥିଲେ। ଏହାପରେ ସେ ଆଉ ୨୦ ରନ ଯୋଡ଼ି ପ୍ୟାଭିଲିୟନ ଫେରିଛନ୍ତି । ଏହି ଇନିଂସରେ ସେ ୨ଟି ଛକା ଓ ୧୫ଟି ଚୌକା ମାରିଛନ୍ତି।
ରୋହିତ ଶର୍ମା ଅଧିନାୟକ ପଦ ସମ୍ଭାଳିବା ପରେ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସେ ପ୍ରଥମଥର ପାଇଁ ଶତକ ମାରିବାରେ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରୋହିତଙ୍କ ସର୍ବାଧିକ ସ୍କୋର ୬୩ ରନ ଥିଲା। ସେ ୨୦୧୮ରେ ମେଲବର୍ଣ୍ଣରେ ଖେଳା ଯାଉଥିବା ଟେଷ୍ଟରେ ୬୩ ରନ କରିଥିଲେ। ଏବେ ସେ ଶତକ ହାସଲ କରି ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ।
ନାଗପୁର ଟେଷ୍ଟ ଆରମ୍ଭ ପୂର୍ବରୁ ପିଚ୍ ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା । ଅଷ୍ଟ୍ରେଲୀୟ ଗଣମାଧ୍ୟମ କ୍ରମାଗତ ଭାବେ ପିଚ୍ ଉପରେ ପ୍ରଶ୍ନ ଉଠାଉଥିଲା । ଏଭଳି ପରିସ୍ଥିତିରେ ରୋହିତ ଶର୍ମା କହିଥିଲେ ଯେ ନିଜ ଖେଳାଳିମାନେ ନିଜ ଖେଳ ଉପରେ ଧ୍ୟାନ ଦେବା ଉଚିତ୍ । ରୋହିତ ବ୍ୟାଟିଂ ସହ ନିଜର ନିଜ ମତ ପ୍ରମାଣ କରିଛନ୍ତି । ଏହି ଖେଳାଳି କେବଳ ନିଜ କଥା ରଖି ନାହାଁନ୍ତି ବରଂ ଏକ ପିଚରେ ଏକ ଚମତ୍କାର ଶତକ ମାରିଛନ୍ତି, ଯେଉଁଠାରେ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅର୍ଦ୍ଧଶତକ ସ୍କୋର କରିପାରିନଥିଲେ ।
ତେବେ ଏହା ବ୍ୟତିତ ରୋହିତ ଶର୍ମା ଶତକ ହାସଲ କରି ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସେ ପ୍ରଥମଥର କ୍ୟାପ୍ଟେନ୍ସି କରୁଥିବା ବେଳେ ପ୍ରଥମ ଶତକ ହାସଲ କରିଛନ୍ତି। ବିରାଟ କୋହଲି ତାଙ୍କ ପ୍ରଥମ ଟେଷ୍ଟ କ୍ୟାପ୍ଟେନ୍ସିରେ ୨ଟି ଶତକ ହାସଲ କରିଥିଲେ। ୨୦୧୪ ଆଡିଲେଡ୍ ଟେଷ୍ଟରେ ସେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications