ଗତ ୨ ବର୍ଷରେ ରୋହିତଙ୍କ ହୋଇଛି ୬ ଥର ଡୋପ ଟେଷ୍ଟ, କୋହଲି-ପାଣ୍ଡ୍ୟାଙ୍କର ଥରେ ବି ହୋଇନି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଦୁଇ ବର୍ଷରେ ସର୍ବାଧିକ ୬ଥର ଡୋପ୍ ଟେଷ୍ଟର ସାମ୍ନା କରିବାକୁ ପଡିଛି । ସେ ଦୁଇ ବର୍ଷ ମଧ୍ୟରେ ସବୁଠାରୁ ଡୋପ୍ ଟେଷ୍ଟ ଦେଇତିବା କ୍ରିକେଟର । ରୋହିତଙ୍କ ଏହି ପରୀକ୍ଷା ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ କରାଯାଇଛି ।

ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ୱର ପୂଜାରାଙ୍କ ସମେତ ୭ ଜଣ ଖେଳାଳିଙ୍କ ଥରେ ଲେଖାଁଏ ଏହି ଟେଷ୍ଟ କରାଯାଇଛି । ୱାର୍ଲ୍ଡ ଆଂଟି ଡୋପିଂ ଏଜେନ୍ସି ପକ୍ଷରୁ ଏହି ରିପୋର୍ଟ ଜାରୀ କରାଯାଇଛି । ୱାଡା ରିପୋର୍ଟରେ ଉଲ୍ଲେଖ କରାଯାଇଛି ୨୦୨୧ ଓ ୨୨ରେ ୧୧୪ କ୍ରିକେଟର୍ସଙ୍କ ଡୋପ ଟେଷ୍ଟ କରାଯାଇଛି । ଏକ ଆରଟିଆଇ ଅବେଦନ ଯୋଗୁ ନାଡା ଏହି ତଥ୍ୟ ପ୍ରଦାନ କରିଛି । ୱାଡା ୨ ବର୍ଷରେ ୫୯୬୧ ଟେଷ୍ଟ କରିଛି । ଏଥିରେ ଆଥଲେଟିକ୍ସଙ୍କ ସର୍ବାଧିକ ୧୭୧୭ ଟେଷ୍ଟ ହୋଇଛି ।
ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନ୍ୟ କେତେଜଣ ଖେଳାଳିଙ୍କ କୌଣସି ଟେଷ୍ଟ କରାଯାଇ ନାହିଁ । ବିସିସିଆଇ ଦ୍ୱାରା ଚୁକ୍ତିବଦ୍ଧ ୨୫ ଖେଳାଳିଙ୍କ ମଧ୍ୟରୁ ୧୨ଜଣଙ୍କର କୌଣସି ଟେଷ୍ଟ ହୋଇ ନାହିଁ । ଏହି କ୍ରିକେଟରମାନଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର ଏବଂ ଅର୍ଶଦୀପ ସିଂ, ଶ୍ରେୟସ୍ ଆୟର, ଦୀପକ ହୁଡା, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍, ଶ୍ରୀକର ଭାରତ ଏବଂ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଅଛନ୍ତି ।
ମହିଳା କ୍ରିକେଟରଙ୍କ ମଧ୍ୟରେ ହରମାନପ୍ରୀତ କୌର ଏବଂ ସ୍ମୃତି ମଣ୍ଡଳଙ୍କୁ ସର୍ବାଧିକ 3-3 ଥର ପରୀକ୍ଷା କରାଯାଇଛି । ବିସିସିଆଇ 2022-23 ଋତୁ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଏଥର 26 ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି । ଏହି ଖେଳାଳିମାନଙ୍କୁ ଏହି ବର୍ଷ ଡୋପ ଟେଷ୍ଟ ଦେବାକୁ ପଡ଼ିପାରେ ।
ଭାରତର ଅନ୍ୟ ଷ୍ଟାର ଆଥଲେଟଙ୍କ ମଧ୍ୟରେ ରବି ଦାହିୟାଙ୍କ ୧୮ଥର, ମୀରାବାଇ ଚାନୁଙ୍କ ୮ଥର ଡୋପ ଟେଷ୍ଟ କରାଯାଇଛି । ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପାଞ୍ଚ ଥର ପରୀକ୍ଷା କରାଯାଇଛି ।












Click it and Unblock the Notifications