ଗୋ’ମାଂସ ଖାଇ ଟ୍ରୋଲ ହେଲ ରୋହିତଙ୍କ ସମେତ 5 ଭାରତୀୟ ଖେଳାଳି
ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ 5 ଖେଳାଳିଙ୍କ ରେଷ୍ଟୁରାଣ୍ଟରେ ଖାଦ୍ୟକୁ ଖାଇବାକୁ ନେଇ ବିବାଦ ଲାଗି ରହିଛି।
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ 5 ଖେଳାଳିଙ୍କ ରେଷ୍ଟୁରାଣ୍ଟରେ ଖାଦ୍ୟକୁ ଖାଇବାକୁ ନେଇ ବିବାଦ ଲାଗି ରହିଛି। ଏହି ସମୟ ରେଷ୍ଟୁରାଣ୍ଟରେ ହୋଇଥିବା ବିଲର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥି ପାଇଁ ସମସ୍ତ ଖେଳାଳିଙ୍କୁ ଟ୍ରୋଲ କରାଯାଉଛି ।
ବିଲରେ ଗୋମାଂସ ଏବଂ ଘୁଷୁରି ଅର୍ଡର ହୋଇଛି ଯାହାର ଫଟୋ ଭାଇରାଲ ହେଉଛି। ଏହା ଉପରେ ଟ୍ବିଟର ଧାରି ସମସ୍ତଙ୍କୁ ଟ୍ରୋଲ କରୁଛନ୍ତି । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି - ଶର୍ମା ଜୀଙ୍କର ପୁଅ ମଧ୍ୟ ଗୋମାଂସ ଖାଏ ।

ସମସ୍ତ ଖେଳାଳି କରୋନା ପ୍ରୋଟୋକଲ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଟିମ୍ ଇଣ୍ଡିଆ ସିଡନୀରେ 7 ଜାନୁଆରୀରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ଖେଳିବ । ଏହାପୂର୍ବରୁ ରୋହିତ ଶର୍ମା, ୱିକେଟ୍ କିପର ଋଷଭ ପନ୍ତ, ଓପନର୍ ଶୁଭମାନ ଗିଲ, ପୃଥ୍ବୀ ଶ ଏବଂ ଦ୍ରୁତ ବୋଲର ନବଦୀପ ସାଇନି କରୋନା ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସମସ୍ତ ପାଞ୍ଚ ଖେଳାଳିଙ୍କୁ ଅଲଗା ରଖାଯାଇଛି। କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ (CA) ଉଭୟ ଖେଳାଳିଙ୍କ ବିରୋଧରେ ପ୍ରୋଟୋକଲ୍ ଭାଙ୍ଗିବା ଅଭିଯୋଗର ଯାଞ୍ଚ କରୁଛନ୍ତି।












Click it and Unblock the Notifications