ବିଶ୍ୱ ରେକର୍ଡ ଭାଙ୍ଗିଲେ ରୋହିତ
Rohit Sharma: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇଛି ଏକ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ସେ ଲଗାତାର ୩୦ ଥର ପାଇଁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଛନ୍ତି । ଏହା ସହିତ ସେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟର ମାହେଲା ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିଛନ୍ତି । ଜୟବର୍ଦ୍ଧନେ ଟେଷ୍ଟ କ୍ରିକେଟରେ ଲଗାତାର ୨୯ ଥର ପାଇଁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ ।

ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୮୦ ଏବଂ ଦ୍ୱିତୀୟ ଇନିଂସରେ ୫୭ ରନ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଶର୍ମା ୧୪୩ ବଲରେ ୮୦ ରନ ଇନିଂସ ଖେଳିଥିଲେ । ଦ୍ୱିତୀୟ ଇନିଂସରେ ସେ ଟେଷ୍ଟରେ ଟି-୨୦ ଭଳି ବ୍ୟାଟିଂ କରିଥିଲେ ଏବଂ ପୁନର୍ବାର ଅର୍ଦ୍ଧଶତକ ହାସଲ କରିଥିଲେ । ଏଥର ରୋହିତ ମାତ୍ର ୪୪ ବଲରେ ୫୭ ରନ ସଂଗ୍ରହ କରିଥିଲେ। ଏହା ସହିତ ସେ ଟେଷ୍ଟରେ କ୍ରମାଗତ ୩୦ତମ ଥର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଅତିକ୍ରମ କରିବାରେ ସଫଳ ହୋଇଥିଲେ ।
ବର୍ତ୍ତମାନ ସେ ଟେଷ୍ଟ କ୍ରିକେଟ ଇତିହାସରେ କ୍ରମାଗତ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଳିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଲଗାତର ଦୁଇ ଅଙ୍କ ବିଶିଷ୍ଟ ଅତିକ୍ରମ କରିଥିବା ବ୍ୟାଟ୍ସମ୍ୟାନ...
ରୋହିତ ଶର୍ମା -୩୦ ଥର
ମହେଲା ଜୟବର୍ଦ୍ଧନେ -୨୯ ଥର
ଲିଆ ହଟ୍ଟନ - ୨୫ ଥର
ରୋହନ କାନହାଇ - ୨୫ ଥର












Click it and Unblock the Notifications