ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ରୋହିତ ଶର୍ମା
ଟେଷ୍ଟ କ୍ରିକେଟ୍ରୁ ଅବସର ନେଲେ ଟିମ୍ ଇଣ୍ତିଆର କ୍ୟାପଟେନ୍ ରୋହିତ ଶର୍ମା । ଏନେଇ ସେ ଖୋଦ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଦ୍ୱାରା ଜଣାଇଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ବେଳେ ରୋହିତ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ନିଜେ ଖଣ୍ତନ କରିଥିଲେ ରୋହିତ । ଏବେ ସେ ନିଜେ ଏନେଇ ଘୋଷଣା କରିଛନ୍ତି ।
ରୋହିତ ଶର୍ମା ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ ଟିମର ଇଂଲଣ୍ଡ ଗସ୍ତ ପୂର୍ବରୁ ନେଇଛନ୍ତି । ଟିମ୍ ଇଣ୍ଡିଆର ଇଂଲଣ୍ଡ ବିପକ୍ଷରେ ୫ଦିବସୀୟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଅଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୨୦ଜୁନରେ ଖେଳାଯିବ । ପ୍ରକାଶ ଯେ, ଭାରତ ଲାଗି ୬୭ଟେଷ୍ଟ ଖେଳିଥିବା ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ହେଉଥିଲା କି ଇଂଲଣ୍ଡ ଗସ୍ତ ଲାଗି ତାଙ୍କୁ ଅଧିନାୟକରୁ ହଟାଇ ଦିଆଯାଇପାରେ ଏବଂ ଚୟନକର୍ତ୍ତା କୌଣସି ନୂଆ ଖେଳାଳୀଙ୍କୁ ଅଧିନାୟକ ଦାୟିତ୍ବ ଦେଇପାରନ୍ତି । ଏହି ଖବର ବହୁ ଜୋରରେ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା । ମାତ୍ର ଏହା ପୂର୍ବରୁ ରୋହିତ ନିଜେ ପୋଷ୍ଟ କରି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି।

ରୋହିତ ଇନଷ୍ଟାଷ୍ଟୋରୀରେ ନିଜ ଟେଷ୍ଟ କ୍ୟାପ୍ ସହ ଲେଖିଛନ୍ତି, ହେଲୋ ସମସ୍ତଙ୍କୁ, ମୁଁ ଏହା କହିବାକୁ ଚାହୁଁଛି କି ମୁଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଉଛି । ଧଳା ଜର୍ସିରେ ଦେଶ ଲାଗି ପ୍ରତିନିଧିତ୍ବ କରିବା ମୋ ଲାଗି ସମ୍ମାନର କଥା । ଆପଣଙ୍କ ଭଲ ପାଇବା ଏବଂ ସପୋର୍ଟ ଲାଗି ଧନ୍ୟବାଦ । ମୁଁ ଓ୍ବାନଡେରେ ଭାରତର ପ୍ରତିନିଧିତ୍ବ କରିବା ଜାରି ରଖିବି । '












Click it and Unblock the Notifications