କୋହଲି କି ରୋହିତ ନୁହେଁ: ଆଇସିସି ଦିନିକିଆ ଦଳରେ ସାମିଲ ହେଲେ ଏହି ଦୁଇ ଭାରତୀୟ
ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ବର୍ଷ ୨୦୨୨ ପାଇଁ ଦିନିକିଆ ଦଳ ଘୋଷଣା କରିଛି । ତେବେ ଏହି ୧୧ ଜଣିଆ ଦଳରେ ଭାରତୀୟ କିକ୍ରେଟର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ ।
ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ବର୍ଷ ୨୦୨୨ ପାଇଁ ଦିନିକିଆ ଦଳ ଘୋଷଣା କରିଛି । ତେବେ ଏହି ୧୧ ଜଣିଆ ଦଳରେ ଭାରତୀୟ କିକ୍ରେଟର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ । ମାତ୍ର ଏଥିରେ ୨ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଶ୍ରେୟାସ ଆୟର ଓ ମହମ୍ମଦ ସିରାଜ ।

ତେବେ ଆଇସିସି ନିଜର ଦଳର ଅଧିନାୟକ ଦାୟିତ୍ବ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଦେଇଛି । ଏହି ଟିମରେ ୱିକେଟକିପର ନ୍ୟୁଜିଲାଣ୍ଡର ଟାମ ଲାଥମଙ୍କୁ ବି ସ୍ଥାନ ମିଳିଛି । ଯିଏକି ଭାରତୀୟ ସିରିଜରେ ଅଧିନାୟକ ଭାବେ ନେତୃତ୍ବ ନେଉଛନ୍ତି ।
ତେବେ ଯଦି ଦୁଇ ଭାରତୀୟ ଖେଳାଳିଙ୍କ କଥା କହିବା ଗତ ବର୍ଷ ଦମଦାର ଫର୍ମରେ ରହିଥିବା ଶ୍ରେୟାସ ଏଥର କିନ୍ତୁ ଫ୍ଲପ ହୋଇଛନ୍ତି । ସେ ଦିନିକିଆ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ । ସେ ୧୭ ମ୍ୟାଚରୁ ୭୨୪ ରନ କରିଥିଲେ । ସେହିପରି ସିରାଜ ୧୫ ମ୍ୟାଚ ଖେଳି ୨୪ଟି ୱିକେଟ ହାସଲ କରିଥିଲେ ।
ଆଇସିସି ଓଡି଼ଆଇ ଟିମ୍ ଅଫ ଦ ଇୟର 2022:
- ବାବର ଆଜମ (ଅଧିନାୟକ) - ପାକିସ୍ତାନ
ଟ୍ରେବିସ ହେଡ - ଅଷ୍ଟ୍ରେଲିଆ
ସାଇ ହୋପ - ୱେଷ୍ଟଇଣ୍ଡିଜ
ଟମ ଲାଥମ - ନ୍ୟୁଜିଲାଣ୍ଡ
ସିକନ୍ଦର ରାଜା - ଜିମ୍ବାୱେ
ମେହଦୀ ହସନ ସିରାଜ - ବାଂଲାଦେଶ
ଅଲ୍ଜାରୀ ଜୋସେଫ - ୱେଷ୍ଟଇଣ୍ଡିଜ
ମହମ୍ମଦ ସିରାଜ - ଭାରତ
ଟ୍ରେଣ୍ଟ ବୋଲ୍ଟ - ନ୍ୟୁଜିଲାଣ୍ଡ
ଏଡମ ଜାମ୍ପା -ଅଷ୍ଟ୍ରେଲିଆ
ସେହିପରି ଆଇସିସି ଟି-୨୦ ଟିମ୍ ଅଫ୍ ଦି ଇୟର ୨୦୨୨ ଘୋଷଣା କରିଛି । ଏହି ଦଳର ଅଧିନାୟକ ହେଉଛନ୍ତି ଜସ୍ ବଟଲର । ଯିଏ ଗତ ବର୍ଷ ଟି -୨୦ ବିଶ୍ୱକପ ଜିତିଥିଲେ। ଏହି ଦଳରେ ୩ ଭାରତୀୟ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ସେଥିମଧ୍ୟରୁ ବିରାଟ କୋହଲି, ଯିଏ ଗତ ବର୍ଷ ଟି -୨୦ କ୍ରିକେଟରେ ସଫଳ ବ୍ୟାଟ୍ସମ୍ୟାନ୍ ଥିଲେ। ଆଉ ଦୁଇଜଣ ଭାରତୀୟ ଖେଳାଳି ମଧ୍ୟ ଏହି ଆଇସିସି ଦଳର ଅଂଶ ହୋଇଛନ୍ତି। ଯେଉଁଥିରେ ବିରାଟ କୋହଲିଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ରହିଛି ।












Click it and Unblock the Notifications