IPL: ରୋହିତ ଶର୍ମାଙ୍କ ପାଇଁ ନେଲେ ଜୀବନ...!
IPL 2024: ସେ ଯୁବପୀଢି ହେଉ ବା ବୟସ୍କ ଆଜିକା ତାରିଖରେ ସମସ୍ତଙ୍କ ପ୍ରଥମ ପସନ୍ଦ IPL । ଯାହାକୁ ନେଇ ସବୁଠି ଚର୍ଚ୍ଚା ପ୍ରାୟ ଲାଗି ରହିଛି । କେତେବେଳେ ନିଜ ପ୍ରିୟ ଖେଳାଳୀଙ୍କ ପାଖକୁ ଯିବା ପାଇଁ ପ୍ରଶଂସକ ପଡ଼ିଆରେ ପ୍ରବେଶ କରୁଛନ୍ତି ତ କେତେବେଳେ ମୈଦାନରେ କୁକୁର ବୁଲୁଥିବାର ଭିଡିଓ ଦେଖିବା ପାଇଁ ମିଳୁଛି । ହେଲେ ମହାରାଷ୍ଟ୍ରରେ ଏବେ ଆପିଏଲକୁ ନେଇ ଘଟିଛି ହତ୍ୟାକାଣ୍ତ ।
ରୋହିତ ଶର୍ମା ଆଉଟ୍ ହୋଇଯିବା ପରେ ମହାରାଷ୍ଟ୍ରର କୋଲହାପୁରରେ ଜଣେ ପ୍ରଶଂସକ ୬୩ ବର୍ଷୀୟ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ୨୭ ମାର୍ଚ୍ଚ ୨୦୨୪ ବୁଧବାର ଦିନ ଆୟୋଜିତ ହୋଇଥିବା ଆଇପିଏଲ ମ୍ୟାଚ ପାଇଁ ରାତି ୧୦ଟା ସମୟରେ ମହାରାଷ୍ଟ୍ରର କୋଲହାପୁର ହାନମନ୍ତୱାଡି ଅଞ୍ଚଳରେ ତୀବ୍ର ସଂଘର୍ଷ ଘଟିଛି ।

ସନରାଇଜର୍ସ ହେଦରାବାଦ-ମୁମ୍ବାଇ ଇଣ୍ତିଆନ୍ସ ମ୍ୟାଚରେ ଯେତେବେଳେ ରୋହିତ ଶର୍ମାଙ୍କ ୱିକେଟ୍ ଚାଲିଯାଇଥିଲା ସେତେବେଳେ ଟିବିଲେ ନାମକ ଜଣେ ୬୦ ବର୍ଷିୟ ବୃଦ୍ଧ ରୋହିତଙ୍କ ୱିକେଟ୍ ପଳାଇବା ପରେ ଉତ୍ସାହା ଦେଖାଇଥିଲେ ଯାହା ପରେ କିଛି ଫ୍ୟାନ୍ସ ତାଙ୍କୁ ବାଡିରେ ଖୁବ୍ ମାଡ଼ ମାରିବା ଆରମ୍ଭ କରିଥିଲେ । ଅଭିଯୁକ୍ତ ବଲୱନ୍ତ ଏବଂ ତାଙ୍କ ପୁତୁରା ସାଗର ଉକ୍ତ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଥିଲେ ଏବଂ ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପୋଲିସର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ବଲୱନ୍ତ ଏବଂ ସାଗର ଏକ ଷ୍ଟ୍ରିଟ୍ ହାଉସରେ ଅନ୍ୟମାନଙ୍କ ସହ ଆଇପିଏଲ୍ ମ୍ୟାଚ୍ ଦେଖୁଥିଲେ, ଦୁହେଁ ମୁମ୍ବାଇ ଇଣ୍ଡିଆନ୍ ପ୍ରଶଂସକ ଥିଲେ। ହାଇଦ୍ରାବାଦର ରନ୍ ବଢିବା ପରେ ଉଭୟ ଖୁବ୍ ରାଗିଯାଇଥିଲେ । ରୋହିତ୍ ଶର୍ମାଙ୍କ ୱିକେଟ୍ ଗଲା ପରେ ଉଭୟଙ୍କ ରାଗ ଆହୁରି ବଢିଯାଇଥିଲା । ଅନ୍ୟ ପଟେ ସାଥିରେ ମ୍ୟାଚ୍ ଦେଖୁଥିବା ୬୦ ବର୍ଷି ବୃଦ୍ଧା ଯେତେବେଳେ ରୋହିତଙ୍କ ୱିକେଟକୁ ମଜା ଉଡାଇଥିଲେ ସେତେବେଳେ ବିବାଦ ଆରମ୍ଭ ହୋଇଥିଲା ।

୨ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟଙ୍କ ଉପରେ ଆଇପିସିର ଧାରା ୩୦୨ ଅଭିଯୁକ୍ତଙ୍କ ଉପରେ ଲାଗୁ କରାଯାଇଛି ଏବଂ ପୋଲିସ ସେମାନଙ୍କୁ ଗିରଫ କରିଛି। ମାମଲାର ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।












Click it and Unblock the Notifications