Get Updates
Get notified of breaking news, exclusive insights, and must-see stories!

Rohit Sharma: ପ୍ରୋଫାଇଲ ଫଟୋ ବଦଳାଇଲେ ରୋହିତ ଶର୍ମା

ଭାରତର ବିଶ୍ୱକପ ବିଜେତା ଦଳର ଅଧିନାୟକ ରୋହିତ ଶର୍ମା ଆଜି ତାଙ୍କ ଏକ୍ସ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ବାର୍ବଡସରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ଫାଇନାଲର ଜିତିଥିଲା । ଆଉ ଏହା ସହ ଜଡ଼ିତ ଗୋଟିଏ ଫଟୋ ରୋହିତ ତାଙ୍କ ପ୍ରୋଫାଇଲ ଫଟୋ ଭାବେ ରଖିଛନ୍ତି ।

ଫାଇନାଲ ଜିତିବା ପରେ ରୋହିତ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ରୋହିତ ଶର୍ମା ବାର୍ବଡସର କେନ୍ସିଂଟନ ଓଭାଲ ଗ୍ରାଉଣ୍ଡରେ ତ୍ରିରଙ୍ଗା ପୋତି ଥିଲେ । ଉକ୍ତ ଫଟୋକୁ ରୋହିତ ତାଙ୍କ ପ୍ରୋଫାଇଲ ଭାବେ ବ୍ୟବହାର କରିଛନ୍ତି । ବିଶ୍ୱକପ ଜିତିବାର ୮ ଦିନ ପରେ ରୋହିତଙ୍କ ପ୍ରୋଫାଇଲ ଫଟୋ ବଦଳିଛି ।

Rohit Sharma

ବାର୍ବଡସରେ ମ୍ୟାଚ ଜିତିବା ପରେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ଟିମ ଇଣ୍ଡିଆର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରୋହିତ ବାର୍ବଡସ ଆକାଶରେ ଉଡ଼ୁଥିବା ତ୍ରିରଙ୍ଗା ତଳେ ଛିଡ଼ା ହୋଇ ଫଟୋ ଉଠାଇଥିଲେ । ଏହାବାଦ ୧୧ ବର୍ଷ ପରେ ଭାରତ ପାଇଁ କୌଣସି ଆଇସିସି ଟ୍ରଫି ଜିତିଥିବା ରୋହିତ ଶର୍ମା ବାର୍ବଡସ ପିଚ୍‌ରୁ ମାଟି ଉଠାଇ ଖାଇଥିଲେ ।

ବିଜୟକୁ ଅଧିକ ସ୍ମରଣୀୟ ଓ ଏହି ବିଜୟ ଭାରତ ପାଇଁ କେତେ ଗୁରୁତ୍ୱବହନ କରେ, ସେକଥା ଦର୍ଶାଇବା ପାଇଁ ସେ ଏପରି କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଷ୍ଟେଜ୍‌ରୁ ବିଶ୍ୱକପ ଆଣିବା ସମୟରେ ରୋହିତ ଶର୍ମା WWE ଷ୍ଟାର ରିକ ଫ୍ଲେୟାରଙ୍କ ଭଳି ରହି ରହି ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+