ରୋହିତ, କୋହଲି ବିଫଳ; ପର୍ଥରେ ପ୍ରଥମ ODI ଜିତିଲା ଅଷ୍ଟ୍ରେଲିଆ
ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି ଟିମ ଇଣ୍ଡିଆ। ଏକ ଲୋ ସ୍କୋରିଂ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି।

୨୬ ଓଭର ବିଶିଷ୍ଟ ଏହି ଦିନିକିଆ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ବିନିମୟରେ ୧୩୬ ରନ କରିବାରେ ସଫଳ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩୧ ରନ ଟାର୍ଗେଟ ଦିଆଯାଇଥିଲା, ଯାହାକୁ ଦଳ ମାତ୍ର ୩ ଉଇକେଟ ବିନିମୟରେ ସଂଗ୍ରହ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୪୬ ଏବଂ ଯୋଶ ଫିଲିପ ୩୭ ରନ କରିଥିଲେ।
ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ମାତ୍ର ୧୩୬ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲ। ଟପ୍ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହେବାରୁ ଭାରତ ବଡ଼ ସ୍କୋର କରିପାରି ନ ଥିଲା। କେ.ଏଲ. ରାହୁଲ ସର୍ବାଧିକ ୩୮ ଏବଂ ଅକ୍ଷର ପଟେଲ ୩୧ ରନ କରିଥିଲେ। ରୋହିତ ଶର୍ମା ୮, ଶୁବମନ ଗିଲ ୧୦, ବିରାଟ କୋହଲି ୦, ଶ୍ରେୟସ ଆୟାର ୧୧ ରନ କରିଥିଲେ।












Click it and Unblock the Notifications