ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ରୋହିତ ଏବଂ ବିରାଟଙ୍କ ଦାଣ୍ଡିଆ ଡ୍ୟାନ୍ସ
ଭାରତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲାଣ୍ଡକୁ ଚାରି ୱିକେଟରେ ପରାସ୍ତ କରି ଟାଇଟଲ ଜିତିଥିଲା। ଏହି ବିଜୟକୁ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଉଛି । ତେବେ ଏହି ବିଜୟ ପରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବା ପାଇଁ ମିଳିଛି । କ୍ରିକେଟ୍ ପଡ଼ିଆରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କର ଏକ ସୁନ୍ଦର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି । ବିଜୟ ପରେ ଦୁଇ ଖେଳାଳି ହାତରେ ୱିକେଟ୍ ଧରି ଦାଣ୍ଡିଆ ଡ୍ୟାନ୍ସ କରିଥିଲେ ।

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ରେ, ରୋହିତ ଏବଂ ବିରାଟ ଅନେକ ଥର ଏକାଠି ପଡ଼ିଆରେ ରଣନୀତି ପ୍ରସ୍ତୁତ କରୁଥିବାର ନଜର ଆସିଥିଲେ । ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ୭୬ ରନ୍ କରିଥିଲେ । ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଚାରି ୱିକେଟରେ ପରାସ୍ତ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଛି । ଏହା ଭାରତର ଲଗାତାର ଦ୍ୱିତୀୟ ICC ଟାଇଟଲ।
virat kohli and rohit sharma playing dandiya after winning champions trophy was not in my 2025 bucket list 😭 pic.twitter.com/dZsRRCU8Mt
— saif (@nightchanges) March 9, 2025
ଶେଷ ମ୍ୟାଚ୍ରେ ୨୫୨ ରନ୍ର ଟାର୍ଗେଟ୍ ରହିଥିଲା। ଭାରତ ୪୯ ଓଭରରେ ଛଅ ୱିକେଟ୍ରେ ୨୫୪ ରନ୍ କରି ବିଜୟୀ ହୋଇଛି । ଶ୍ରେୟସ ଆୟର ୪୮ ରନ ଏବଂ ଶୁଭମନ ଗିଲ ୩୧ ରନ କରିଥିଲେ। ଅକ୍ଷର ପଟେଲ ୨୯ ରନର ଅବଦାନ ରଖିଥିଲେ। କେଏଲ ରାହୁଲ ଅପରାଜିତ ୩୪ ଏବଂ ରବିନ୍ଦ୍ର ଜାଡେଜା ଅପରାଜିତ ୯ ରନ କରି ଦଳକୁ ଜିତାଇଥିଲେ ।












Click it and Unblock the Notifications