Get Updates
Get notified of breaking news, exclusive insights, and must-see stories!

ଫାଇନାଲ, ରୋଜର ବିନ୍ନି ହେବେ ନୂଆ 'ବିସିସିଆଇ ବସ୍' : ରିପୋର୍ଟ

ବିସିସିଆଇ ଏଜିଏମ ବୈଠକ ପୂର୍ବରୁ ୧୯୮୩ ବିଶ୍ବ କପ୍‌ ହିରୋ ରୋଜର ବିନ୍ନି ବିସିସିଆଇର ଅଧ୍ୟକ୍ଷ ଓ ରାଜୀବ ଶୁକ୍ଳା ଉପାଧ୍ୟକ୍ଷ ହେବେ‌ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଆଜି ରିପୋର୍ଟ ପ୍ରକାଶ ପାଇଛି ।

ନୂଆଦିଲ୍ଲୀ: ଖୁବଶୀଘ୍ର ବିସିସିଆଇକୁ ମିଳିବ ନୂଆ ଅଧ୍ୟକ୍ଷ । ଆସନ୍ତା ଅକ୍ଟୋବର ୧୮ ତାରିଖରେ ବୋର୍ଡର ଏଜିଏମ ହେବାକୁ ଯାଉଛି । ତେବେ ବିସିସିଆଇ ଏଜିଏମ ବୈଠକ ପୂର୍ବରୁ ୧୯୮୩ ବିଶ୍ବ କପ୍‌ ହିରୋ ରୋଜର ବିନ୍ନି ବିସିସିଆଇର ଅଧ୍ୟକ୍ଷ ଓ ରାଜୀବ ଶୁକ୍ଳା ଉପାଧ୍ୟକ୍ଷ ହେବେ‌ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଆଜି ରିପୋର୍ଟ ପ୍ରକାଶ ପାଇଛି । ମାତ୍ର ଏନେଇ ବୋର୍ଡ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

BCCI President

ତେବେ ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ପୁଣି ଥରେ ଏହି ପଦରେ ରହି ନ ପାରନ୍ତି ବୋଲି ଆଲୋଚନା ହେଉଛି । ସେପଟେ ନୂଆ ଅଧ୍ୟକ୍ଷ ହେବାକୁ ଉଦ୍ୟମ କରୁଥିବା ଜୟ ଶାହ ପୂର୍ବ ଭଳି 'ବିସିସିଆଇ' ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ପାରନ୍ତି । ସେପଟେ ଗାଙ୍ଗୁଲି ଆଇସିସିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି କୁହାଯାଉଥିବା ବେଳେ ନିର୍ବାଚନରେ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବିନ୍ନି ଓ ଅନ୍ୟାନ୍ୟ ପଦବୀ ନିମନ୍ତେ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ। ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ମଙ୍ଗଳବାର ଓ ବୁଧବାର, ଦୁଇ ଦିନ ସମୟ ରହିଛି। ଔପଚାରିକ ବୋଲି କୁହାଯାଉଥିବା 'ବିସିସିଆଇ' ନିର୍ବାଚନ ଅକ୍ଟୋବର ୧୮ ତାରିଖ ଦିନ କରାଯିବ।

ଅଫିସର ୫ଟି ପଦବୀ ନିମ‌ନ୍ତେ ପ୍ରାର୍ଥୀ ଚୟନ କରିବା ଲାଗି ଆଜି ହେବାକୁ ଥିବା ବୈଠକକୁ 'ବିସିସିଆଇ' ସମସ୍ତ ପ୍ରାଦେଶିକ ପ୍ରତିନିଧିମାନଙ୍କୁ ଡାକିଛି। ଏଥିପାଇଁ ସୋମବାର ଦିନ ମୁମ୍ବାଇରେ ପହଞ୍ଚିଥିବା ଜଣେ ବିଶ୍ବସ୍ତ ବ୍ୟକ୍ତି ଗତ ବିଳମ୍ବିତ ରାତ୍ରରେ କହିଛନ୍ତି, ବିନ୍ନୀ 'ବିସିସିଆଇ'ର ନୂଆ ଅଧ୍ୟକ୍ଷ ହେବେ ଓ ରଜୀବ ପୂର୍ବ ଭଳି ଉପାଧ୍ୟକ୍ଷ ଭାବେ ରହିବେ।

ସୂଚନାଥାଉ କି, ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନି ଏବେ କର୍ଣ୍ଣାଟକ ଷ୍ଟେଟ ଆସୋସିଏସନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୭୯ରୁ ୮୭ ମଧ୍ୟରେ ୬୭ ବର୍ଷିୟ ବିନ୍ନୀ ୨୭ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୭ ୱିକେଟ୍‌ ଓ ୧୯୮୦ରୁ ୮୭ ମଧ୍ୟରେ ୭୨ଟି ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳି ୭୭ ୱିକେଟ୍‌ ହାସଲ କରିଥିଲେ। ସେଥିରୁ ୧୯୮୩ ବିଶ୍ବକପ୍‌ରେ ୮ଟି ମ୍ୟାଚ୍‌ ଖେଳି ସେ ୧୮ଟି ୱିକେଟ୍‌ ପାଇ ଟୁର୍ଣ୍ଣାମେଣ୍ଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲ କରିବାର ଗୌରବ ଅର୍ଜନ କରିଥିଲେ।

ଆସନ୍ତା ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ । ଏହା ବ୍ୟତୀତ ଆଇପିଏଲର ୱିଣ୍ଡୋ ମଧ୍ୟ ଲଗାତାର ବୃଦ୍ଧି ପାଇବ । ଯାହାର ପ୍ରଭାବ ଇଣ୍ଟରନେସନାଲ କ୍ୟାଲେଣ୍ଡର ଉପରେ ପଡିବ । ତେଣୁ ଏହି ହିସାବରେ ଏହି ନିର୍ବାଚନ ଖୁବ ମହତ୍ତ୍ୱପୂର୍ଣ୍ଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+