Get Updates
Get notified of breaking news, exclusive insights, and must-see stories!

ରୋଜର ବିନ୍ନି ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଙ୍କୁ ନୂଆ ଅଧ୍ୟକ୍ଷ ମିଳିଛନ୍ତି । ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଙ୍କୁ ନୂଆ ଅଧ୍ୟକ୍ଷ ମିଳିଛନ୍ତି । ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରୋଜର ୧୯୮୩ ୱାର୍ଲଡକପ୍ ବିଜେତା ଟିମ୍‌ର ସଦସ୍ୟ ଥିଲେ।

Roger Binny

ବିସିସିଆଇ ଅଧ୍ୟକ୍ଷ ଭାବେ ରୋଜର୍ ବିନ୍ନିଙ୍କ ନାଁ ଉପରେ ବୋର୍ଡର ସମସ୍ତ ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ବିନ୍ନି । ରୋଜର ବିନ୍ନି ବିସିସିଆଇଙ୍କ ୩୬ ତମ ଅଧ୍ୟକ୍ଷ ହୋଇଛନ୍ତି। ଏହା ପୂର୍ବରୁ ସୌରଭ ଗାଙ୍ଗୁଲୀ ୨୦୧୯ରୁ ଏହି ପଦବୀ ସମ୍ଭାଳି ଆସୁଥିଲେ। ତେବେ କିଛି ସମୟ ପୂର୍ବରୁ ଗାଙ୍ଗୁଲୀଙ୍କ କାର୍ଯ୍ୟକାଳ ବଢା ଯିବ ବୋଲି ଅନୁମାନ କରାଯାଉଥିଲା। ତେବେ ମାତ୍ର କିଛି ଦିନରେ ସମିକରଣ ବଦଳି ଯାଇଥିଲା ଓ ଗାଙ୍ଗୁଲୀଙ୍କୁ ବିଦାୟ ନେବାକୁ ପଡିଛି।

ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୬୭ ବର୍ଷ ବୟସ୍କ ବିନ୍ନି ବିସିସିଆଇ ଅଧ୍ୟକ୍ଷ ପଦ ନିମନ୍ତେ ଏକାକୀ ପ୍ରାର୍ଥୀ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ହୋଇ ନଥିଲେ। ଏଣୁ ବିନ୍ନିଙ୍କୁ ନିର୍ବିରୋଦ ବିସିସିଆଇ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ପଦାଧିକାରୀମାନଙ୍କ ଏହି ନିର୍ବାଚନ କେବଳ ଏକ ଔପଚାରିକତା ଥିଲା। କାରଣ ତାଙ୍କର ନିର୍ବିରୋଧ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ଥିଲା।

୬୭ ବର୍ଷୀୟ ବିନ୍ନି ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି। ଏହାପୂର୍ବରୁ ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ ଏବଂ ସେ ବିସିସିଆଇ ସଭାପତି ହେବା ପରେ ବର୍ତ୍ତମାନ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ।

ସୂଚନାଥାଉ କି, ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନି ୧୯୭୯ରୁ ୮୭ ମଧ୍ୟରେ ୨୭ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୭ ୱିକେଟ୍‌ ଓ ୧୯୮୦ରୁ ୮୭ ମଧ୍ୟରେ ୭୨ଟି ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳି ୭୭ ୱିକେଟ୍‌ ହାସଲ କରିଥିଲେ। ସେଥିରୁ ୧୯୮୩ ବିଶ୍ବକପ୍‌ରେ ୮ଟି ମ୍ୟାଚ୍‌ ଖେଳି ସେ ୧୮ଟି ୱିକେଟ୍‌ ପାଇ ଟୁର୍ଣ୍ଣାମେଣ୍ଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲ କରିବାର ଗୌରବ ଅର୍ଜନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+