ଇଡେନ୍ ଗାର୍ଡେନ୍ସରେ ରିଆନ ପରାଗଙ୍କ ଛକା ବର୍ଷା, ଲଗାତାର ୬ ବଲରେ ମାରିଲେ ୬ ଛକା

ବର୍ଷିଲା ଛକା । ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚରେ ଛକା ବର୍ଷା କଲେ ରିଆନ ପରାଗ । ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରିଆନ ପରାଗ ଗୋଟିଏ ଓଭରରେ ଲଗାତାର ପାଞ୍ଚଟି ଛକା ମାରି ଫ୍ୟାନ୍ସଙ୍କୁ ଦିଓ୍ବାନା କରିଥିଲେ । ଏହା ପରେ ସେତିକିରେ ଅଟକି ନଥିଲା ରିଆନଙ୍କ ବ୍ୟାଟ ।

ପରବର୍ତ୍ତୀ ଓଭରର ଦ୍ୱିତୀୟ ବଲରେ ମଧ୍ୟ ଗୋଟିଏ ଛକା ମାରିଲେ । ଆର୍ଥାତ୍ ଲଗାତାର ୬ଟି ବଲ୍‌ରେ ୬ଟି ଛକା ମାରିଛନ୍ତି ପରାଗ । କିନ୍ତୁ ଏଭଳି ଏକ ବିସ୍ଫୋରକ ଇନିଂସ ଖେଳିବା ସତ୍ତ୍ୱେ, ତାଙ୍କ ଦଳକୁ ଜିତାଇ ପାରିଲେ ନାହିଁ । ଶେଷ ଓଭରର ଶେଷ ବଲରେ ମାତ୍ର 1 ରନରେ ମ୍ୟାଚ୍ ହାରିଯାଇଛି ରାଜସ୍ଥାନ ରୟାଲ୍ସ ।

riyan Parag s sixes rain

ରିୟାନ ପରାଗ ୬ ବଲରେ ୬ ଛକା-

ରାଜସ୍ଥାନର ସ୍କୋର ୮ମ ଓଭରରେ ୭୨/୫ ହେବା ପରେ, ପରାଗ ଏକାକୀ ରୟାଲ୍ସକୁ ମ୍ୟାଚକୁ ଫେରାଇ ଆଣିବାର ଦାୟିତ୍ୱ ନେଇଥିଲେ । ଖେଳର ୧୩ତମ ଓଭରରେ ଅର୍ଥାତ୍ 12.2 ଓଭରରେ ମୋଇନ୍ ଅଲିଙ୍କୁ ବଡ ହିଟ୍ ମାରିଥିଲେ । ଏହା ପରେ ସେହି ଓଭରର ତୃତୀୟ ବଲ, 4ର୍ଥ ବଲ, 5ମ ବଲ୍, 6ଷ୍ଠ ବଲରେ ଲଗାତାର ଛକା ମାରି ପାଞ୍ଚଟି ବଲରେ ଲଗାତାର ପାଞ୍ଚଟି ଛକା ମାରିଥିଲେ । ପରେ ସେ ବରୁଣ ଚକ୍ରବର୍ତ୍ତୀଙ୍କ ଓଭରର ଦ୍ୱିତୀୟ ବଲ ଅର୍ଥାତ୍ 13.2 ଓଭରରେ ଏକ ଛକା ମାରି 6 ବଲରେ 6 ଛକା ରେକର୍ଡ କରିଛନ୍ତି । ତେବେ ଆଇପିଏଲରେ 6 ବଲରେ 6 ଛକା ମାରିବାରେ ପ୍ରଥମ ବ୍ୟାଟର ବନିଛନ୍ତି ପରାଗ ।

ରିଆନ ପରାଗ ୯୫ ରନର ଇନିଂସ ଖେଳିଥିଲେ-

୨୩ ବର୍ଷୀୟ ଖେଳାଳି ସ୍କୋୟାର ଲେଗ ଉପରେ ଛକା ମାରି ୨୭ ବଲ୍ ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ରିଆନ ପରାଗ ୪୫ ବଲ୍‌ରେ ୯୫ ରନ୍‌ର ଏକ ଧମାକାଦାର ଇନିଂସ ଖେଳିଥିଲେ । ଏହି ଇନିଂସ ମଧ୍ୟରେ ସେ 6 ଚୌକା ଏବଂ 8 ଛକା ମାରିଥିଲେ । ୧୭ତମ ଓଭରର ଚତୁର୍ଥ ବଲ୍‌ରେ ଆରଆର ଅଧିନାୟକ ୯୫ ରନ୍ କରି ଆଉଟ୍ ହୋଇଥିଲେ । ଏହା ଆଇପିଏଲରେ ଏପର୍ଯ୍ୟନ୍ତ ତାଙ୍କର ସର୍ବୋଚ୍ଚ ସ୍କୋର ଥିଲା ।

କ୍ରିସ୍ ଗେଲ୍ ବନାମ ରାହୁଲ ଶର୍ମା, ୨୦୧୨
ରାହୁଲ ତେୱାଟିଆ ବନାମ ଏସ କୋଟରେଲ, ୨୦୨୦
ରବିନ୍ଦ୍ର ଜାଡେଜା ବନାମ ହର୍ଷଲ ପଟେଲ, 2021
ରିଙ୍କୁ ସିଂ ବନାମ ୟଶ ଦୟାଲ୍, 2023
ରିଆନ୍ ପାରାଗ୍ ବନାମ ମୋଇନ ଅଲି, 2025
ପରାଗ କ୍ରିସ୍ ଗେଲ୍, ରାହୁଲ ତେୱାଟିଆ ଏବଂ ରିଙ୍କୁ ସିଂହଙ୍କ ଭଳି ଅନ୍ୟ ଖେଳାଳିଙ୍କ ସହ ସମକକ୍ଷ ହୋଇଛନ୍ତି, ଯେଉଁମାନେ ଆଇପିଏଲ ମ୍ୟାଚ୍‌ର ଗୋଟିଏ ଓଭରରେ 5ଟି ଛକା ମାରିଛନ୍ତି । ଏହି ମ୍ୟାଚ୍‌ରେ, KKR ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4 ୱିକେଟ୍ ହରାଇ 206 ରନ୍ କରିଥିଲା । RR 20 ଓଭରରେ 8 ୱିକେଟ ହରାଇ 205 ରନ କରିପାରିଲା ଏବଂ 1 ରନରେ ମ୍ୟାଚ୍ ହାରିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+