Rituraj Gaikwad: ଗୋଟିଏ ଓଭରରେ ୪୩ ରନ୍ ମାରିଦେଲେ ଷ୍ଟାର ପ୍ଲେୟାର ଋତୁରାଜ ଗାଏକ୍ବାଡ; ୬ ବଲରେ ୭ ଛକା
ଗୋଟିଏ ଓଭରରେ ୪୩ ରନ୍ । ୬ ବଲରେ ୭ ଛକା ମାରିଦେଲେ ।ପଡିଆର ଚାରି ଦିଗକୁ ଧଡାଧଡ୍ ଛକା ବର୍ଷା । ତ୍ରାହି ପାଇନଥିଲେ ବୋଲର ।
ଏମିତି କିଛି କାରନାମା କୌଣସି ବିଦେଶୀ ଖେଳାଳି ନୁହେଁ ବରଂ ଜଣେ ଭାରତୀୟ ଖେଳାଳି କରି ଦେଖାଇଥିଲେ । ଏମିତି ରେକର୍ଡ ନା ଆଗରୁ କେହି କରିପାରିଥିଲେ ନା ଆଗକୁ କେହି କରିପାରିବେ ।
ଜଣେ ଭାରତୀୟ ବ୍ୟାଟରଙ୍କ ଏମିତି କାରନାମା ସାରା ବିଶ୍ବକୁ ଚକିତ କରିଦେଇଥିଲା । ୬ ବଲରୁ ଛଅଟି ଛକା ନୁହେଁ ବରଂ ୭ଟି ଛକା ମାରି ସମସ୍ତଙ୍କୁ କାବ୍ବା କରିଦେଇଥିଲେ ବ୍ୟାଟର ।

କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ କୁହାଯାଏ ଆଉ ସେହି ମ୍ୟାଚ୍ ହେଉଛି ତାର ଉଦାହରଣ । ଗୋଟିଏ ଓଭରରେ ୪୩ ରନ୍ କରିବା ଆଉ ୬ ବଲରୁ ୭ ଛକା ମାରିବା କ୍ରିକେଟ ଇତିହାସରେ ବିରଳ ଘଟଣା ।
ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଖେଳାଳି ୬ ବଲରେ ୬ ଛକା ମାରି ରେକର୍ଡ କରିଛନ୍ତି । କିନ୍ତୁ ସେ ୬ ବଲରେ ୭ ଛକା ମାରି ବିରଳ ରେକର୍ଡ କରିଥିଲେ । ସେ ଆଉ କେହି ନୁହଁନ୍ତି ବରଂ ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ।
୨୦୨୨ ମସିହାରେ ଏମିତି କାରନାମା କରି ଦେଖାଇଥିଲେ ଋତୁରାଜ ଗାଏକ୍ବାଡ । ଅବଶ୍ୟ ତାହା ଏକ ଘରୋଇ ମ୍ୟାଚ୍ ଥିଲା । ତଥାପି ଗୋଟିଏ ଓଭରରେ ୪୩ ରନ୍ କରିବା କ୍ରିକେଟ ଇତିହାସରେ ବିରଳତମ ରେକର୍ଡ ।
ଉତ୍ତରପ୍ରଦେଶର ଶିବା ନାମକ ଜଣେ ବୋଲର ଦଳ ପକ୍ଷରୁ ୪୯ ତମ ଓଭର ବୋଲିଂ କରୁଥିବା ବେଳେ ଅପରପକ୍ଷେ ବ୍ୟାଟିଂ କରୁଥିଲେ ଋତୁରାଜ ।
କ୍ରିଜ୍ରେ ସେଟ୍ ହୋଇସାରିଥିବା ଗାଏକ୍ବାଡ ଧମାଧମ୍ ଛକା ବର୍ଷା କରିଥିଲେ । ଆଉ ଓଭରରେ ଗୋଟିଏ ନୋ ବୋଲ ପକାଇଥିଲେ ବୋଲର । ସେଥିରେ ବି ଛକା ମାରିଥିଲେ ଋତୁରାଜ ।
ସେହିଭଳି ଫ୍ରି ହିଟ୍ ବଲ ବି ଛାଡିନଥିଲେ । ଏପରି ଭାବେ ସେ ୬ ବଲରୁ ୪୩ ରନ୍ର ଇନିଂସ ଖେଳିଥିଲେ । ଯାହାକି କାଳ କାଳ ପାଇଁ ଏକ ରେକର୍ଡ ହୋଇ ରହିବ ।
ଋତୁରାଜ ସେହି ମ୍ୟାଚ୍ରେ ୨୨୦ ରନ୍ର ଦୁର୍ଦ୍ଦଶ ଇନିଂସ ଖେଳିଥିଲେ । ଯେଉଁଥିରେ ୧୦ ଚୌକା ଏବଂ ୧୬ଟି ବିଶାଳ ବିଶାଳ ଛକା ସାମିଲ ଥିଲା । ଘରୋଇ କ୍ରିକେଟରେ ବିଶ୍ବ ରେକର୍ଡ ଋତୁରାଜଙ୍କ ନାଁ ରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।












Click it and Unblock the Notifications