Get Updates
Get notified of breaking news, exclusive insights, and must-see stories!

Rising Stars Asia Cup: ଭାରତର ବଡ଼ ବିଜୟ, ୩୨ ବଲ୍‌ରୁ ସୂର୍ଯ୍ୟବଂଶୀଙ୍କ ଶତକ

ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ ଭାରତୀୟ-ଏ' ଦଳ ଚଳିତ ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ୟୁଏଇ ବିପକ୍ଷ ମ୍ୟାଚ୍‌ରେ ସେ ୩୨ ବଲ୍‌ରୁ ଶତକ ଅର୍ଜନ କରି ଭାରତୀୟ ବ୍ୟାଟର୍‌ ଭାବେ ଟ୍ବେଣ୍ଟି-୨୦ରେ ଯୁଗ୍ମ ଦ୍ବିତୀୟ ଦ୍ରୁତତମ ଶତକ ହାସଲକାରୀ ହୋଇଥିଲେ। ପୂର୍ବରୁ ଦିଲ୍ଲୀ ପକ୍ଷରୁ ଖେଳି ଋଷଭ ପନ୍ତ ୨୦୧୮ରେ ହିମାଚଳପ୍ରଦେଶ ବିପକ୍ଷରେ ୩୨ ବଲ୍‌ରୁ ଶତକ ଅର୍ଜନ କରିଥିଲେ। ‌

Rising Stars Asia Cup India s big win Suryavanshi s century off 32 balls

ସୂର୍ଯ୍ୟବଂଶୀ ମୋଟ ୪୨ ବଲ୍‌ ଖେଳି ୧୧ ‌ଚୌକା ଓ ୧୫ ଛକା ସହାୟତାରେ ୧୪୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତୀୟ ବ୍ୟାଟର୍‌ ଭାବେ ଏହି ଛୋଟ ଫର୍ମାଟ୍‌ରେ ଚତୁର୍ଥ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋରର୍‌ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ତିଳକ ବର୍ମା (୧୫୧ ବନାମ ମେଘାଳୟ, ୨୦୨୪)ଙ୍କ ନାମରେ ରହିଛି। ସୂର୍ଯବଂଶୀଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ଜିତେଶ ଶର୍ମା (୮୩, ୩୨ ବଲ୍‌, ୮ ଚୌକା, ୬ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୯୭/୪ କରିଥିଲା। ଯାହା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଯୁଗ୍ମ ସର୍ବୋଚ୍ଚ ସ୍କୋର୍‌। ଜବାବରେ ୟୁଏଇ ୧୪୯/୭ କରି ୧୪୮ ରନ୍‌ରେ ପରାଜୟ ବରଣ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+