Get Updates
Get notified of breaking news, exclusive insights, and must-see stories!

Rishabh Pant: ସୁନୀଲ ଗଭାସ୍କରଙ୍କ ମନ୍ତବ୍ୟ ପରେ ମୁହଁ ଖୋଲିଲେ ଋଷଭ ପନ୍ତ

ଆଇପିଏଲ ୨୦୨୫ ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ରିଟେନ୍ କରିନି । ପନ୍ତ ଦଳର ଅଧିନାୟକ ଥିଲେ ଏବଂ ଦୁନିଆର ସର୍ବୋତ୍ତମ ୱିକେଟ୍ କିପର ଭାବରେ ବିବେଚିତ ହୋଇଥିଲେ। ଏହା ପରେ ମଧ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍ କରିନଥିଲା। ବର୍ତ୍ତମାନ ପନ୍ତ ଆଇପିଏଲ ୨୦୨୫ ର ମେଗା ନିଲାମରେ ଅଂଶଗ୍ରହଣ କରିବେ।

ଋଷଭ ପନ୍ତ କାହିଁକି ଦିଲ୍ଲୀ କ୍ୟାପିଟାଲ୍ସରୁ ଅଲଗା ହେଲେ ?

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟର ସୁନୀଲ ଗାଭାସ୍କରଙ୍କ ମତରେ, ଟଙ୍କା ପାଇଁ ଦିଲ୍ଲୀ ଏବଂ ପନ୍ତଙ୍କ ରାସ୍ତା ଅଲଗା ହୋଇଥାଇପାରେ। ସେ ଷ୍ଟାର ସ୍ପୋର୍ଟସରେ କହିଛନ୍ତି, 'ବେଳେବେଳେ ଯେତେବେଳେ ଜଣେ ଖେଳାଳିଙ୍କୁ ରିଟେନ୍ କରିବାକୁ ହୁଏ, ସେତେବେଳେ ଫ୍ରାଞ୍ଚାଇଜ ଏବଂ ଖେଳାଳିଙ୍କ ମଧ୍ୟରେ ଫି ବିଷୟରେ ଆଲୋଚନା ହୁଏ। ଆପଣ ଯେପରି ଦେଖିଥିବେ, କିଛି ଖେଳାଳିଙ୍କୁ ନମ୍ବର ୧ ରିଟେନ୍ ଫି ଠାରୁ ଅଧିକ ଟଙ୍କା ମିଳିଥାଏ। ତେଣୁ ମୁଁ ଭାବୁଛି ବୋଧହୁଏ ପନ୍ତ ଓ ଦିଲ୍ଲୀ ମଧ୍ୟରେ କିଛି ମତଭେଦ ରହିଥିଲା। କିନ୍ତୁ ମୁଁ ଭାବୁଛି ଦିଲ୍ଲୀ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କୁ ଫେରାଇବାକୁ ଚାହିଁବ କାରଣ ଦଳକୁ ଜଣେ ଅଧିନାୟକର ଆବଶ୍ୟକତା ରହିଛି।'

Rishabh Pant

ମୁହଁ ଖୋଲିଲେ ପନ୍ତ:

ଋଷଭ ପନ୍ତ ନିଜେ ସୁନୀଲ ଗାଭାସ୍କରଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପନ୍ତ ରିଟେନ ଏବଂ ନିଲାମ ବିଷୟରେ କିଛି କହିନାହାଁନ୍ତି କିନ୍ତୁ ଏଥର ସେ ନୀରବତା ଭାଙ୍ଗିଛନ୍ତି। ଏକ୍ସ ରେ ସେୟାର ହୋଇଥିବା ଭିଡିଓରେ ପନ୍ତ ଲେଖିଛନ୍ତି ଯେ, 'ମୁଁ ନିଶ୍ଚିତ ଭାବରେ କହୁଛି ଯେ, ମୋର ରିଟେନ୍ସନ୍ ଟଙ୍କାକୁ ନେଇ ନୁହେଁ।' ଋଷଭ ପନ୍ତ ୨୦୧୬ ଠାରୁ ଆଇପିଏଲରେ ଖେଳୁଛନ୍ତି। ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ ପନ୍ତ ପ୍ରତ୍ୟେକ ନିଲାମରେ ଦିଲ୍ଲୀ ସହିତ ରହିଥିଲେ। ଫ୍ରାଞ୍ଚାଇଜ୍ ୨୦୨୧ ସିଜନରେ ପନ୍ତଙ୍କୁ ଏହାର ଅଧିନାୟକ କରିଥିଲା। କାର ଦୁର୍ଘଟଣା ହେତୁ ଗୋଟିଏ ସିଜନ୍ ଆଇପିଏଲ୍ରୁ ବାଦ୍ ପଡ଼ିବା ପରେ ମଧ୍ୟ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+