ଜାନୁୟାରୀ ମାସର ଲୋକପ୍ରିୟ କ୍ରିକେଟର ଋଷବ ପନ୍ତ
ଜାନୁଆରୀ ପାଇଁ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର (ICC Men's Player of the Month award) ଜିତିଛନ୍ତି ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ।
ଦୁବାଇ: ଜାନୁଆରୀ ପାଇଁ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର (ICC Men's Player of the Month award) ଜିତିଛନ୍ତି ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ସେ ଇଂଲଣ ଟେଷ୍ଟ ଅଧିନାୟକ ଜୋ ରୁଟଙ୍କୁ ପଛରେ ପକାଇ ଏହି ପୁରଷ୍କାର ଜିତିଛନ୍ତି ।
Congratulations, @RishabhPant17! pic.twitter.com/5q8YxIS8P4
— ICC (@ICC) February 8, 2021
ସେହିପରି ଏହି ତାଲିକାରେ ମଧ୍ୟ ରହିଥିଲେ ଆୟର୍ଲାଣ୍ଡର ପଲ୍ ଷ୍ଟିରଲିଙ୍ଗ । ଗତ ମାସର ବ୍ରିସବେନ୍ ଟେଷ୍ଟରେ ଭାରତ ପ୍ରଥମ ଥର ପାଇଁ ଗାବାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ଏବଂ 4 ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ 2-1ରେ ଜିତିବାରେ ପନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅପରାଜିତ 89 ଭାରତକୁ 328 ବଜୟ ଲକ୍ଷ୍ୟକୁ ପାର କରାଇଥିଲା । ଫଳରେ ଟେଷ୍ଟ କ୍ରିକେଟରେ ଗାବାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ 32 ବର୍ଷ ମଧ୍ୟରେ ପ୍ରଥମ ଦଳ ହୋଇପାରିଥିଲା ଭାରତ ।

ହା ପୂର୍ବରୁ ପନ୍ତଙ୍କ ଲଢୁଆ 97 ରନ ପାଳି ଭାରତକୁ ସିଡନୀ ଟେଷ୍ଟ ଡ୍ର କରିବାରେ ଏବଂ ସିରିଜକୁ ଜୀବନ୍ତ ରଖିବାରେ ସାହାଯ୍ୟ କରିଥିଲା । ସେ ସିରିଜ ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରଜରେ 274 ରନ୍ ସହ ସିରିଜର ତୃତୀୟ ସର୍ବାଧିକ ସ୍କୋରର ଭାବେ ବିବେଚିତ ହୋଇଥିଲେ । ଇଂଲଣ୍ଡ ବିପକ୍ଷ ଚାଲିଥିବା ଚେନ୍ନାଇ ଟେଷ୍ଟରେ ପନ୍ତ ମଧ୍ୟ ଭାରତ ପାଇଁ ସର୍ବାଧିକ ସ୍କୋର କରିଛନ୍ତି।












Click it and Unblock the Notifications