Rishabh Pant Accident: ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ ହେବେ ଋଷଭ ପନ୍ତ

ଉନ୍ନତ ଚିକିତ୍ସା ନିମନ୍ତେ ଆଜି ଋଷଭ ପନ୍ତଙ୍କୁ ଡେରାଡୁନ୍‌ରୁ ମୁମ୍ବାଇକୁ ସ୍ଥାନାନ୍ତରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଡିଡିସିଏ ନିର୍ଦେଶକ ଶ୍ୟାମ ଶର୍ମା ।

Rishabh Pant Accident: ଉନ୍ନତ ଚିକିତ୍ସା ନିମନ୍ତେ ଆଜି ଋଷଭ ପନ୍ତଙ୍କୁ ଡେରାଡୁନ୍‌ରୁ ମୁମ୍ବାଇକୁ ସ୍ଥାନାନ୍ତରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଡିଡିସିଏ ନିର୍ଦେଶକ ଶ୍ୟାମ ଶର୍ମା । ଗତ ଡିସେମ୍ବର ୩୦ରେ ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Rishabh Pant Accident

ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିଲେ ମଧ୍ୟ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ନିଆଯିବ। ଏନେଇ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନିଷ୍ପତ୍ତି ନେଇଛି। ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି କ୍ରିକେଟର ଋଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ମୁମ୍ବାଇ ସ୍ଥାନାନ୍ତର କରାଯିବ।

ଗତ ସପ୍ତାହରେ ଜାରି କରିଥିବା ବିବୃତିରେ ବିସିସିଆଇ ମଧ୍ୟ କହିଥିଲା ଯେ, ପନ୍ତଙ୍କ କପାଳରେ ୨ଟି କ୍ଷତ ହୋଇଛି। ତାଙ୍କ ଡାହାଣ ଆଣ୍ଠୁରେ ସ୍ନାୟୁତନ୍ତ୍ରୀ କ୍ଷତାକ୍ତ ହୋଇଛି । ଏହାଛଡ଼ା ତାଙ୍କର ଡାହଣ ହାତ ମଣିବନ୍ଧ, ଗୋଡ଼ ବଳାଗଣ୍ଠି ଓ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି । ତାଙ୍କ ପିଠି ମଧ୍ୟ ରାମ୍ପି ହୋଇ କ୍ଷତାକ୍ତ ହୋଇଛି ।

ପନ୍ତଙ୍କ ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନଥିଲା । ଦୁର୍ଘଟଣା ପରେ ବିସିସିଆଇ ପନ୍ତଙ୍କ ସହ ନିରନ୍ତର ସମ୍ପର୍କରେ ରହିବାକୁ ଏବଂ ତାଙ୍କ ଅବସ୍ଥା ଉପରେ ନଜର ରଖିବାକୁ DDCA କୁ ନିର୍ଦ୍ଦେଶ ଦେଇଛି। ଡିଡିସିଏ ମୁଖ୍ୟ ଶ୍ୟାମ ଶର୍ମା ନିଜେ ପନ୍ତଙ୍କୁ ଭେଟିବାକୁ ଆସିଥିଲେ। ଏବେ ତାଙ୍କୁ ମୁମ୍ବାଇର ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇ ଶୀଘ୍ର ସୁସ୍ଥ କରାଯିବ। ଡାକ୍ତରଙ୍କ ସୁଚନା ଅନୁସାରେ ପନ୍ତଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଚାରିରୁ ଛଅ ମାସ ସମୟ ଲାଗିପାରେ।

ଅନ୍ୟପଟେ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ ସେୟାର କରି ଋଷଭଙ୍କୁ ଯୋଦ୍ଧା ବୋଲି କୁହାଯାଇଛି । ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂରା ଟିମ୍ ଇଣ୍ଡିଆ । ଦଳର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି, ଯେତେବେଳେ ଟିମ ଇଣ୍ଡିଆ ସଙ୍କଟରେ ପଡିଛି ସେତେବେଳେ ନିଜର ଦମଦାର ଇନିଂସ ବଳରେ ଦଳକୁ ବିଜୟୀ କରିଛ । ତେଣୁ ଏହି ମାମଲାରେ ବି ତୁମେ ଯୋଦ୍ଧା ଭଳି ଲଢିବ ଓ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବ । ସେହିଭଳି ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳି ମଧ୍ୟ ଋଷଭ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ଉଲ୍ଲେଖଥାଉ କି, ୩୦ ଡିସେମ୍ବର ଦିନ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା। ରାସ୍ତାରେ ଥିବା ଖାଲରୁ ଦୂରେଇ ଯାଇ ଡିଭାଇଡରକୁ ଧକ୍କା ଦେବାବେଳେ ଋଷଭ କାର ଉପରେ ନିୟନ୍ତ୍ରଣ ହରାଇଥିଲେ। ଦୁର୍ଘଟଣାର କିଛି ସମୟ ପରେ ଋଷଭଙ୍କ କାରରେ ନିଆଁ ଲାଗିଯାଇଥିଲା। ହରିୟାଣା ରୋଡୱେ୍ର ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+