Get Updates
Get notified of breaking news, exclusive insights, and must-see stories!

ଦୁର୍ଘଟଣା ପରେ ବିନା ସାହାରାରେ ଚାଲିଲେ ପନ୍ତ, ଖେଳିବେ କି ବିଶ୍ୱକପ ?

ମୁମ୍ବାଇ: ସମସ୍ତ ତିନୋଟି ଫର୍ମାଟରେ ଋଷଭ ପନ୍ତ ଭାରତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ୱିକେଟକିପର ବ୍ୟାଟର ଗତ ବର୍ଷ ଏକ ଗୁରୁତର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ସେହି ଦିନଠାରୁ ଦୀର୍ଘ ଦିନ ଧରି ବିଶ୍ରାମରେ ରହିଛନ୍ତି । ତେବେ ଏହି ଦିଲ୍ଲୀ କ୍ୟାପିଟାଲ ଖେଳାଳି ନିୟମିତ ଭାବେ ସୋସିଆଲ ମିଡିଆରେ ଫିଟନେସ୍ ଅପଡେଟ୍ ଦେଇ ଆସୁଛନ୍ତି ।

Rishabh Pant

ତେବେ ଆଜି ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସେ ବିନା ସାହାରାରେ ଚାଲିବା ଆରମ୍ଭ କରିଛନ୍ତି । ୨୫ ବର୍ଷୀୟ ପନ୍ତ ଏକ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ହ୍ୟାପି ନୋ ମୋର କ୍ରେଚିଜ ଡେ । ଭିଡିଓରେ ସେ କିଛି ବାଟ ଆଶା ବାଡି ସହାୟତାରେ ଆସିବା ପରେ ଏହାକୁ ଫିଙ୍ଗି ଦେଇ ଚାଲି ଚାଲି ଆସୁଛନ୍ତି । ଏହି ସମୟରେ ବ୍ୟାକଗ୍ରାଉଣ୍ଡରେ କେଜିଏଫର ଥିବ ସଙ୍ଗ ବାଜୁଛି । ଏନସିଏରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଭ୍ୟାସ ଜାରୀ ରଖିଛନ୍ତି । ବିସିସିଆଇ ପନ୍ତଙ୍କ ପାଇଁ ୨ଜଣ ଫିଜିଓଙ୍କୁ ନିଯୁକ୍ତ ଦେଇଛି । ତେବେ ସବୁ କିଛି ଯଦି ଠିକଠାକ ରୁହେ ତାହାହେଲେ ପନ୍ତଙ୍କ ବିଶ୍ୱକପ ଖେଳିବା ଅସମ୍ଭବ ନୁହେଁ ବୋଲି ଜନୈକ ଅଧିକାରୀ କହିଛନ୍ତି ।

ଉଲ୍ଲେଖଥାଉ କି, ଡିସେମ୍ବର 30, 2022 ରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଋଷଭ ପନ୍ତ ନିଜକୁ ଗୁରୁତର ଭାବେ ଆହତ କରିଥିଲେ। ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦିଲ୍ଲୀରୁ ଉତ୍ତରପ୍ରଦେଶର ରୁର୍କି ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁଃଖଦ ଘଟଣା ଘଟିଥିଲା । ତାଙ୍କର ହାତଗୋଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି ଏବଂ ଏହା ନିଶ୍ଚିତ ଥିଲା ଯେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ । ଇଣ୍ଡିଆନ୍ ପ୍ରିମିୟର ଲିଗର 16 ତମ ସଂସ୍କରଣରେ ପନ୍ତ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାଁନ୍ତି । ତାଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ ଦଳର ନେତୃତ୍ୱ ନେଉଛନ୍ତି ଡେଭିଡ୍ ୱାର୍ଣ୍ଣର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+