ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସଫଳ ହେଲା ଋଷଭ ପନ୍ତଙ୍କ ଅସ୍ତ୍ରୋପଚାର
ଟିମ ଇଣ୍ଡିଆର ଷ୍ଟାର ୱିକେଟକିପର ବ୍ୟାଟର୍ ଋଷଭ୍ ପନ୍ତଙ୍କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ପନ୍ତଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ।
ମୁମ୍ବାଇ: ଟିମ ଇଣ୍ଡିଆର ଷ୍ଟାର ୱିକେଟକିପର ବ୍ୟାଟର୍ ଋଷଭ୍ ପନ୍ତଙ୍କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ପନ୍ତଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ।

ସେ ଡାକ୍ତରୀ ଦଳର ତତ୍ତ୍ବବଧାନରେ ଅଛନ୍ତି ଏବଂ ଶୀଘ୍ର ସୁସ୍ଥ ହେବାରେ ଲାଗିଛନ୍ତି। ଡକ୍ଟର ପାର୍ଦୀୱାଲା ଏବଂ ତାଙ୍କ ଟିମ୍ ଶୁକ୍ରବାର ସକାଳ ପ୍ରାୟ ୧୦.୩୦ ସମୟରେ ପନ୍ତରେ ଅପରେସନ୍ କରିଥିଲେ ଯାହା ପ୍ରାୟ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ତାଙ୍କ ଡାହାଣ ଗୋଡର ଆଣ୍ଠୁରେ ଥିବା ଲିଗାମେଣ୍ଟରେ ଏହି ଅସ୍ତ୍ରୋପଚାର କରାଯାଇଛି ।
ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ ତାରିଖରେ ନିଜ ମା'ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁରକୀ ଯାଉଥିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ସେହି ସମୟରେ ହରିୟାଣା ରୋଡୱେଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ପନ୍ତଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଏହାପୂର୍ବରୁ ସେ ଡେରାରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତା'ପରେ ବିସିସିଆଇ ପନ୍ତଙ୍କୁ ଏୟାରଲିପ୍ଟ କରି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।












Click it and Unblock the Notifications