ଏସିଆ କପ ଓ ବିଶ୍ୱକପରୁ ବାଦ୍ ପଡ଼ିଲେ ଋଷଭ ପନ୍ତ !
Rishabh Pant News: ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଏସିଆ କପ୍ ଓ ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିଲେ ଋଷଭ ପନ୍ତ । ବର୍ତ୍ତମାନ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ମଧ୍ଯ ସମ୍ପୂର୍ଣ୍ଣ ଭାବେ ସେ ସୁସ୍ଥ ନ ହୋଇଥିବାରୁ ତାଙ୍କୁ ଏସିଆ କପ୍ରୁ ତାଙ୍କୁ ବାଦ ଦିଆଯାଇଛି ।
ଉଲ୍ଲେଖଥାଉ କି, ୩୦ ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ୨୦୨୩ ଓ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ରୁ ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇଛି ।

ସେହିପରି ଗତକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଦଳ ଘୋଷଣା ହୋଇଥିବା ବେଳେ ସେଥିରେ ମଧ୍ୟ ଋଷଭଙ୍କୁ ସାମିଲ କରାଯାଇ ନାହିଁ । ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଠିକ୍ ହେଉଥିବା ବେଳେ ଏବେ ବି ଚିକିତ୍ସାଧିନ ରହିଛନ୍ତି । ନିକଟରେ ଋଷଭ ଏକ ଆଶାବାଡ଼ି ଧରି ଚାଲିବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା ।












Click it and Unblock the Notifications