ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ୱିକେଟ କିପର ଭାବେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୨୫୦୦ ରନ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଟିମ ଇଣ୍ଡିଆର ୱିକେଟ କିପର ଋଷଭ ଶତକରୁ ବର୍ତ୍ତିଛନ୍ତି। ଦୁର୍ଭାଗ୍ୟଜନକ ଭାବେ ୯୯ ରନ କରି ୱିଲିୟମ ଓ'ରୁରକିଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ହେଲେ ଆଉଟ ହେବା ପୂର୍ବରୁ ସେ ନିଜ ନାଁକୁ ରେକର୍ଡ ବୁକରେ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି।
ଭାରତୀୟ ୱିକେଟ କିପର ଭାବେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୨୫୦୦ ରନ ପୂରଣ କରିଛନ୍ତି ପନ୍ତ । ପନ୍ତ ମାତ୍ର ୬୨ ରନରେ ଏହି ମାଇଲଖୁଣ୍ଟ ହାସଲ କରି ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଧୋନି ଟେଷ୍ଟ କ୍ରିକେଟର ୨୫୦୦ ରନ ହାସଲ କରିବା ପାଇଁ ୬୯ଟି ଇନିଂସର ଆବଶ୍ୟକ କରିଥିଲେ। ହେଲେ ପନ୍ତ ତାଙ୍କ ଠାରୁ କମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଭାରତୀୟ କ୍ରିକେଟର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଫାରୁଖ ଇଞ୍ଜିନିୟର ୮୨ତମ ଇନିଂସରେ ଏପରି ସଫଳତା ପାଇଥିଲେ। ଏହାର ଅର୍ଥ ଭାରତୀୟ କ୍ରିକେଟର ୯୨ ବର୍ଷ ଇତିହାସ ମଧ୍ୟରେ ପନ୍ତ ପ୍ରଥମ ଖେଳାଳି ଭାବେ ୬୫ରୁ କମ ଇନିଂସରେ ୨୫ ଶହ ରନ ପୂରଣ କରିଛନ୍ତି।
ପନ୍ତ ଆଜି ନିଜ ଟେଷ୍ଟ କ୍ୟାରିୟରର ୧୨ତମ ଅର୍ଦ୍ଧଶତକ ୫୫ ବଲରେ ହାସଲ କରିଥିଲେ। ଏହାପରେ ସେ ଦମଦାର ବ୍ୟାଟିଂ କରି ନିଜର ଶତକ ଆଡ଼କୁ ଯାଉଥିଲେ। କିନ୍ତୁ ଓ'ରୁରକି ତାଙ୍କୁ ୯୯ ରନରେ କ୍ଲିନବୋଲ୍ଡ କରିଦେଇଥିଲେ। ଏଥିସହ ପନ୍ତଙ୍କ ଜବରଦସ୍ତ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
୨୦୧୮ରେ ପନ୍ତ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେ ଦଳ ପାଇଁ ଏକାଧିକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ବିଶେଷ କରି ସେ ଗାବାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳକୁ ଜିତାଇ ନୂଆ ରେକର୍ଡ କରିଥିଲେ।












Click it and Unblock the Notifications