Get Updates
Get notified of breaking news, exclusive insights, and must-see stories!

Risabh Pant: ଲୌରିୟସ୍ ବିଶ୍ବ କ୍ରୀଡ଼ା ପୁରସ୍କାର ଦୌଡ଼ରେ ପନ୍ତ

ଭାରତୀୟ ୱିକେଟ୍‌କିପର ବ୍ୟାଟର୍‌ ଋଷଭ ପନ୍ତ ସମ୍ମାନଜନକ ଲୌରିୟସ ବିଶ୍ବ କ୍ରୀଡ଼ା ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଚଳିତ ବର୍ଷ ୨୫ ବର୍ଷ ପୂରଣ କରୁଛି। ଗତ ବର୍ଷ କ୍ରୀଡ଼ାକ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖେଳାଳିମାନଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ପୁରସ୍କାର ପାଇବାକୁ ଯୋଗ୍ୟ ତାଲିକାରୁ ଭୋଟିଂ ଜରିଆରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଚୟନ କରାଯିବ। ଚଳିତ ବର୍ଷ ଏପ୍ରିଲ୍‌ ୨୧ ତାରିଖରେ ମାଦ୍ରିଦରେ ହେବାକୁଥିବା ଏକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ। ପନ୍ତଙ୍କ ନାମ ଶ୍ରେଷ୍ଠ କମ୍‌ବ୍ୟାକ୍‌ ଖେଳାଳି ପୁରସ୍କାର ତାଲିକା‌ରେ ରହିଛି। ପ୍ରତ୍ୟାବର୍ତ୍ତନ ଟେଷ୍ଟ୍‌ରେ ପନ୍ତ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଶତକ ଅର୍ଜନ କରିଥିଲେ।

ଲୌରିୟସ୍ ବିଶ୍ବ କ୍ରୀଡ଼ା ପୁରସ୍କାର ଦୌଡ଼ରେ ପନ୍ତ
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହେବାର ପ୍ରାୟ ଦୁଇ ବର୍ଷ ପରେ କ୍ରିକେଟ୍‌ ମଇଦାନକୁ ଫେରି ନିଜର ଚମକ ଦେଖାଇଥିବା ଭାରତୀୟ ୱିକେଟ୍‌କିପର ବ୍ୟାଟର୍‌ ଋଷଭ ପନ୍ତ ସମ୍ମାନଜନକ ଲୌରିୟସ ବିଶ୍ବ କ୍ରୀଡ଼ା ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି।

Rishabh Pant nominated for Laureus World Sports Award

ଏଥିସହ ସେ ଭାରତୀୟ ୱିକେଟ୍‌କିପର ଭାବେ ସର୍ବାଧିକ ଟେଷ୍ଟ୍‌ ଶତକ ଅର୍ଜନକାରୀ ମହେନ୍ଦ୍ର ସିଂହ ଧୋନି (୬)ଙ୍କ ସମକକ୍ଷ ହୋଇଥିଲେ। ଏହି ପୁରସ୍କାର ଲାଗି ଜିମ୍ନାଷ୍ଟ ‌ରେବିକା ଆଣ୍ଡ୍ରାଡେ (ବ୍ରାଜିଲ), ସ୍ବିମର୍‌ କାଏଲେବ ଡ୍ରେସେଲ (ଆମେରିକା), ଅଲ୍‌ପାଇନ୍‌ ସ୍କି ଖେଳାଳି ଲାରା ଗୁଟ-ବେରାମି (ସ୍ବିଜରଲାଣ୍ଡ), ମୋଟର ସାଇକ୍ଲିଷ୍ଟ ମାର୍କ ମାରକ୍ବେଜ (ସ୍ପେନ୍‌), ସ୍ବିମର ଆରିଆର୍ନେ ତିତ୍‌ମସ (ଅଷ୍ଟ୍ରେଲିଆ) ତାଙ୍କ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ଶ୍ରେଷ୍ଠ କ୍ରୀଡ଼ାବିତ୍‌ (ପୁରୁଷ) ଦୌଡ଼ରେ ରହିଛନ୍ତି ଟେନିସ୍‌ ଖେଳାଳି କାର୍ଲୋସ ଅଲ୍‌କାରାଜ (ସ୍ପେନ୍‌), ପୋଲ୍‌ଭଲ୍ଟ ତାରକା ମୁଣ୍ଡୋ ଡୁପ୍ଲାଣ୍ଟିସ୍‌ (ସ୍ବିଡେନ୍‌), ସ୍ବିମର୍‌ ଲିଓ ମାର୍ଚାଣ୍ଡ (ଫ୍ରାନ୍ସ), ସାଇକ୍ଲିଷ୍ଟ ତାଦେଜ ପୋଗାକାର (ସ୍ଲୋଭେନିଆ), ‌ମୋଟର ରେସିଂ ତାରକା ମ୍ୟାକ୍ସ ଭର୍ସ୍ତାପେନ (ନେଦରଲାଣ୍ଡ୍‌ସ)। ଶ୍ରେଷ୍ଠ କ୍ରୀଡ଼ାବିତ୍‌ (ମହିଳା)ରେ ଅଛନ୍ତି ଜିମ୍ନାଷ୍ଟ ସିମୋନ ବାଇଲ୍ସ (ଆମେରିକା), ଫୁଟ୍‌ବଲର୍‌ ଆଇତାନା ବୋନମତି (ସ୍ପେନ୍‌), ଧାବିକା ସିଫାନ ହାସନ (କେନିଆ), ଧାବିକା ସିଡ୍‌ନି ମ୍ୟାକ୍‌ଲାଫ୍‌ଲିନ୍‌-ଲେଭରୋନ୍‌ (ଆମେରିକା), ଟେନିସ ଖେଳାଳି ଆରିନା ସାବାଲେଙ୍କା (ବେଲାରୁଷ)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+