୨୦୨୪ ସୁଦ୍ଧା କ୍ରିକେଟ ମଇଦାନକୁ ଫେରିବେ ଋଷବ ପନ୍ତ !
Rishabh pant: କ୍ରିକେଟ୍ ମୈଇଦାନକୁ ଫେରିବା ପାଇଁ କଠିନ୍ ପରିଶ୍ରମ କରୁଛନ୍ତି ଋଷଭ ପନ୍ତ । ସେ ନିଜ ଫିଟନେସ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦୁର୍ଘଟଣା ପରେ ସେ ପ୍ରାୟ ଏକ ବର୍ଷ ହେବ କ୍ରିକେଟ ପଡିଆରୁ ଦୂରେଅ ରହିବା ସହ ଶୀଘ୍ର ସୁସ୍ଥ ହେବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଦାରି ରହିଥିଲେ । ବର୍ତ୍ତମାନ ସେ ପୁନର୍ବାର ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି, ପ୍ରଶଂସକମାନେ ମଧ୍ୟ ଚାହୁଁଛନ୍ତି ଯେ ପନ୍ତ ଖୁବ ଶୀଘ୍ର ପ୍ରତ୍ୟାବର୍ତ୍ତନ କରନ୍ତୁ । ଦୁର୍ଘଟଣା ପରେ ସେ ଚିକିତ୍ସିତ ହେବା ସହ ସେ ରେଷ୍ଟ ନେଉଛନ୍ତି ।
ଖବର ଅନୁସାରେ, ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଋଷଭ ପନ୍ତ ଖୁବ ଶୀଘ୍ର କ୍ରିକେଟ୍ ମୈଇଦାନକୁ ଫେରିବା ପାଇଁ ଯାଉଛନ୍ତି । ସେ ଏକ ମେଗା ଟୁର୍ନାମେଣ୍ଟର ଖେଳିବା ନେଇ ମଧ୍ୟ ଖବର ରହିଛି । କିଛି ସମୟ ହେଲା, ଋଷଭ ପନ୍ତଙ୍କୁ ଜିମ ବାହାରେ ସ୍ପଟ୍ କରାଯାଉଛି, ଏପରକି ସେ ସାଇକେଲ ଚଲାଉଥିବାର ମଧ୍ୟ ନଜର ଆସୁଛନ୍ତି ।

ଯଦି ରିପୋର୍ଟଗୁଡିକୁ ବିଶ୍ୱାସ କରାଯାଏ ତେବେ, ଋଷଭ ପନ୍ତ ଆଇପିଏଲ୍ 2024 ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ହେବାର ଆଶଙ୍କା ରହିଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇ ନାହିଁ । ହେଲେ ସେ ପୁଣି ଦିଲ୍ଲୀ କ୍ୟାପିଟାଲ୍ସର କମାଣ୍ତ ନେଇପାରନ୍ତି । ବର୍ତ୍ତମାନ ସେ, ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ପ୍ରାକ୍ଟିସ୍ କରୁଛନ୍ତି । ଫେବୃଆରୀ ଶେଷ ସୁଦ୍ଧା ସେ ସମ୍ପୁର୍ଣ୍ଣ ଫିଟ ହେଇ ପାଭଲିୟନକୁ ଫେରିବାର ସମ୍ଭାବନା ରହିଛି ।
ଗତ ବର୍ଷ ଡିସେମ୍ବର ମାସରେ ଋଷଭ ପନ୍ତ କାର ଯୋଗେ ନିଜ ଘରକୁ ଯାଉଥିବା ବେଳେ ଭୟଙ୍କ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ସେ ଗୁରୁତର ଆହତ ହୋଇଥିଲେ । ଗତ ଡିସେମ୍ବର ୩୦ରେ ପନ୍ତ ନିଜ ଗାଡ଼ିରେ ଦିଲ୍ଲୀରୁ ଡେରାଡୁନ ଯାଉଥିବା ବେଳେ ଡିଭାଇଡରରେ ପିଟି ହୋଇଯାଇଥିଲେ । ତାଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିଲା ଏବଂ ପନ୍ତ ଗୁରୁତର ଆହତ ହୋଇଥିଲେ । ତାଙ୍କ ଆଣ୍ଠୁ ସର୍ଜରୀ ମଧ୍ୟ କରାଯାଇଥିଲା । ସେବେଠାରୁ ପନ୍ତ କ୍ରିକେଟରୁ ଦୂରେଇ ଯାଇଥିଲେ ।












Click it and Unblock the Notifications