ଋଷଭ ପନ୍ତ କରୋନା ପଜିଟିଭ୍, ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା
ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ଝଟକା। ଓ୍ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍ । ପନ୍ତ କିଛିଦିନ ପୂର୍ବରୁ ଆୟୋଜିତ ୟୁରୋ କପ୍ର ଇଲଂଣ୍ଡ ଏବଂ ଜର୍ମାନୀ ମ୍ୟାଚ୍ ଦେଖିବାକୁ ଲଣ୍ଡନର ବମ୍ୱଲେ ଷ୍ଟାଡିୟମ ଯାଇଥିଲେ ।
ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ଝଟକା। ଓ୍ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍ । ପନ୍ତ କିଛିଦିନ ପୂର୍ବରୁ ଆୟୋଜିତ ୟୁରୋ କପ୍ର ଇଲଂଣ୍ଡ ଏବଂ ଜର୍ମାନୀ ମ୍ୟାଚ୍ ଦେଖିବାକୁ ଲଣ୍ଡନର ବମ୍ୱଲେ ଷ୍ଟାଡିୟମ ଯାଇଥିଲେ । ସେଠାରେ ସେ ବିନା ମାସ୍କରେ ହଜାର ହଜାର ଲୋକଙ୍କ ମଧ୍ୟରେ ବସିଥିବା ବେଳେ ପ୍ରଂଶସକଙ୍କ ସହିତ ଫଟୋ ଉଠାଇଥିଲେ । ପନ୍ତଙ୍କର ଏପରି କାମ ଏବେ ତାଙ୍କ ପ୍ରତି ଭାରି ପଡ଼ିଛି ।

ପନ୍ତଙ୍କୁ ଏବେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଆସୋଲେସନ୍ରେ ରହିବାକୁ ପଡ଼ିବ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଟେଷ୍ଟ୍ ସିରିଜ ପୂର୍ବରୁ ଏହାକୁ ନେଇ ଭାରତୀୟ ଦଳର ଚିନ୍ତା ବଢ଼ିଯାଇଛି ।
ପନ୍ତଙ୍କ ସହିତ ଥିବା ଅନ୍ୟ ଖେଳାଳି କୋଭିଡରେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି। ହେଲେ ଯେଉଁମାନେ ପନ୍ତଙ୍କ ସହିତ ଥିଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା କୁହାଯାଉଛି। ପନ୍ତ ଆଇସୋଲେସନ୍ରେ ରହିବା ପରେ ଯଦି ତାଙ୍କ ରିପୋର୍ଟ ନେଗେଟିଭ୍ ଆସେ ତେବେ ସେ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍ରେ ଭାଗ ନେବେ ।
Good experience watching ⚽️. 🏴 vs 🇩🇪 pic.twitter.com/LvOYex5svE
— Rishabh Pant (@RishabhPant17) June 30, 2021
ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ଜଣାପଡ଼ିଛି। ମୋଟ୍ ୨୩ ଜଣ ଖେଳାଳି ଇଲଂଣ୍ଡ ଗସ୍ତରେ ରହିଛନ୍ତି। ସମସ୍ତ ଖେଳାଳିଙ୍କୁ ଜନ ଗହଳି ସ୍ଥାନକୁ ନଯିବାକୁ ବିସିସିଆଇର ସେକ୍ରେଟେରୀ ଜୟ ଶାହ ଏକ ଇ-ମେଲ ଜରିଆରେ ସମସ୍ତ ଖେଳାଳି ଏବଂ କ୍ରିଉ ସଦସ୍ୟଙ୍କୁ କହିଥିବା ସୂଚନା ରହିଛି।












Click it and Unblock the Notifications