ଜଳନ୍ତା କାରରୁ କାଚ ଭାଙ୍ଗି ଡେଇଁ ପଡ଼ିବାରୁ ବର୍ତ୍ତିଗଲେ ଋଷଭ ପନ୍ତ

ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରିକେଟରଙ୍କ ମର୍ସିଡିଜ୍ କାରଟି ଡିଭାଇଡରକୁ ଧକ୍କା ଦେବା ପରେ ପୋଡ଼ି ପାଉଁଶ ହୋଇଯାଇଛି ।

ଡେରାଡୁନ: ଭାରତୀୟ କ୍ରିକେଟର ଋଷଭ୍ ପନ୍ତ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରିକେଟରଙ୍କ ମର୍ସିଡିଜ୍ କାରଟି ଡିଭାଇଡରକୁ ଧକ୍କା ଦେବା ପରେ ପୋଡ଼ି ପାଉଁଶ ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଅନୁସାରେ ପନ୍ତଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ।

Rishabh Pant

ଡିଭାଡରରେ ପିଟି ହୋଇ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ି ହୋଇ କାର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲେ ହେଁ ପନ୍ତ ସୁରକ୍ଷିତ ରହିଛନ୍ତି । ଅବଶ୍ୟ ତାଙ୍କ ମୁଣ୍ଡ, ପିଠି ଓ ଆଣ୍ଠୁରେ ଆଘାତ ଲାଗିଛି । ତଥାପି ସେ ବିପଦ ମୁକ୍ତ ରହିଛନ୍ତି। ଠିକଣା ସମୟରେ ଉପସ୍ଥିତ ବୁଦ୍ଧି ହିଁ ପନ୍ତଙ୍କୁ ବଡ଼ ଅଘଟଣରୁ ରକ୍ଷା କରି ଦେଇଛି। ସେ ଜଳନ୍ତା କାର୍‌ର ଝରକା ଭାଙ୍ଗି ଠିକ୍‌ ସମୟରେ ବାହାରକୁ ଡେଇଁ ପଡ଼ିବାରୁ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି। ଆହତ ସତ୍ତ୍ୱେ ମଧ୍ୟ ସାହାସର ସହ ପନ୍ତ ଝରକା କାଚ ଭାଙ୍ଗିବାକୁ ସକ୍ଷମ ହୋଇଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି।

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଆଜି ସକାଳ ୫.୧୫ ରେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । ସୌଭାଗ୍ୟବଶତଃ ସେଠାରେ ଥିବା କିଛି ବ୍ୟକ୍ତି ପନ୍ତଙ୍କୁ କାରର କାଚ ଭାଙ୍ଗି ତାଙ୍କୁ ବାହାର କରିଦେଲେ । ସେତେବେଳେ ସେ କାରରେ ଏକୁଟିଆ ଥିଲେ ।

ତେବେ ଗଭୀର ଆହତ ସତ୍ତ୍ୱେ ସେ ଉପସ୍ଥିତ ବୁଦ୍ଧି ଖଟାଇ କାର୍‌ର ଝରକା କାଚକୁ ନିଜ ହାତରେ ଭାଙ୍ଗି ଦେଇଥିଲେ। ଉକ୍ତ ଝରକା ବାଟେ ନିଆଁ ସଂପୂର୍ଣ୍ଣ ଭାବେ କାର୍‌କୁ କବଳିତ କରିବା ପୂର୍ବରୁ ବାହାରକୁ ଡେଇଁ ପଡ଼ିଥିଲେ। ପନ୍ତ କାର୍‌ରୁ ଡେଇଁବା ପରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା। କିନ୍ତୁ ପନ୍ତ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲେ। ପନ୍ତ ରାସ୍ତା କଡ଼ରେ ପଡ଼ିଥିବା ବେଳେ ତାଙ୍କୁ କିଛି ଲୋକ ଉଠାଉଥିବା ଭିଡିଓ ସାମ୍ନାକୁ ଆସିଛି। ସେହିପରି ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ ଆଜି ଭୋର ପ୍ରାୟ ୫.୩୦ରେ ପନ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ରୁର୍କୀ ନିକଟସ୍ଥ ମହମ୍ମଦପୁର ଜାଟ ନିକଟରେ ଦୁର୍ଘଟଣା ଘଟିଛି। ପନ୍ତ ଏକାକୀ ଗାଡ଼ି ଚଳାଉଥିବା ବେଳେ ତାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଡରରେ ପିଟି ହୋଇ ଜଳି ଯାଇଥିଲା। କାର୍‌ଟି ଜଳିବା ଆରମ୍ଭ କରିବାରୁ ପନ୍ତ ବାଧ୍ୟ ହୋଇ ଏହାର କାଚ୍‌ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରୁର୍କୀ ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+