ସଚିନ ଓ ବୁମରାଙ୍କ କ୍ୟାରିଅରକୁ ଟ୍ରାକରେ ଆଣିଥିବା ଡାକ୍ତର ପନ୍ତଙ୍କ କରିବେ ଅସ୍ତ୍ରୋପଚାର

ଟିମ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଡେହରାଡୁନରୁ ମୁମ୍ବାଇକୁ ଏୟାରଲିପ୍ଟ କରାଯାଇଛି । ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେଉଛନ୍ତି ।

Rishabh Pant Health Update: ଟିମ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଡେହରାଡୁନରୁ ମୁମ୍ବାଇକୁ ଏୟାରଲିପ୍ଟ କରାଯାଇଛି । ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେଉଛନ୍ତି । ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ, ହସ୍ପିଟାଲର ସ୍ପୋର୍ଟସ୍ ମେଡିସିନ୍ ଏବଂ ଆର୍ଥ୍ରୋସ୍କୋପି ମୁଖ୍ୟ ଡାକ୍ତର ଦିନେଶ ପର୍ବାୱାଲାଙ୍କ ତତ୍ତ୍ୱାବଧାନରେ ପନ୍ତଙ୍କୁ ଚିକିତ୍ସା କରାଯିବ ।

Rishabh Pant

ପର୍ବାୱାଲା ହେଉଛନ୍ତି ସେହି ଡାକ୍ତର ଯିଏକି କ୍ରିକେଟର ସଚିନ ତେନ୍ଦୁଲକର, ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂ, ଭେଟେରାନ ପେସର ଜସପ୍ରୀତ ବୁମରା ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଭଳି କ୍ରିକେଟରଙ୍କୁ ଚିକିତ୍ସା କରିଥିଲେ। ପନ୍ତ ମୁମ୍ବାଇରେ ଲିଗାମେଣ୍ଟ ସର୍ଜରୀ କରିବେ ଏବଂ ପରବର୍ତ୍ତୀ ପ୍ରକ୍ରିୟା ମଧ୍ୟ ଏଠାରେ ହେବ । ଏୟାର ଆମ୍ବୁଲାନ୍ସରେ ପନ୍ତଙ୍କୁ ମୁମ୍ବାଇ ନିଆଯାଇଛି । ଯେଉଁଠାରେ ସେ ଆଣ୍ଠୁ ଏବଂ ଗୋଡର ଆଘାତ ପାଇଁ ବ୍ୟାପକ ଚିକିତ୍ସା କରିବେ ।

ତେବେ ଋଷଭ ପନ୍ତ କେବେ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ସମର୍ଥ ହେବେ ? ବର୍ତ୍ତମାନ କହିବା କଷ୍ଟକର । କାରଣ ସେ ଏପର୍ଯ୍ୟନ୍ତ ନିଜେ ଚାଲିବାକୁ ସକ୍ଷମ ନୁହଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଏବଂ ଆଇପିଏଲର 16 ତମ ସଂସ୍କରଣରେ ପନ୍ତଙ୍କ ପାଇଁ ଖେଳିବା କଷ୍ଟକର । ପ୍ରଥମ ଟେଷ୍ଟ ମ୍ୟାଚ୍ ଫେବୃଆରୀ 9 ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏବଂ ଆଇପିଏଲ 2023 ଏପ୍ରିଲରେ ଅନୁଷ୍ଠିତ ହେବ ।

ଉଲ୍ଲେଖଥାଉ କି, 30 ଡିସେମ୍ବର ପ୍ରାୟ ଭୋର 5ଟା ସମୟରେ ଏହି ଘଟଣା ଘଟିଥିଲା। ରାସ୍ତାରେ ଥିବା ଖାଲରୁ ଦୂରେଇ ଯାଇ ଡିଭାଇଡରକୁ ଧକ୍କା ଦେବାବେଳେ ଋଷଭ କାର ଉପରେ ନିୟନ୍ତ୍ରଣ ହରାଇଥିଲେ। ଦୁର୍ଘଟଣାର କିଛି ସମୟ ପରେ ଋଷଭଙ୍କ କାରରେ ନିଆଁ ଲାଗିଯାଇଥିଲା। ହରିୟାଣା ରୋଡୱେ୍ର ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+