ଜାଣନ୍ତୁ, କେମିତି ଅଛି ଋଷଭ୍ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ? କେବେ ସୁସ୍ଥ ହେବେ ପନ୍ତ ?
ଧୀରେ ଧୀରେ ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟକିପର ଋଷଭ୍ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
Rishabh Pant Accident: ଧୀରେ ଧୀରେ ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟକିପର ଋଷଭ୍ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

କହିରଖୁ କି, ଭାରତୀୟ ଯୁବ ୱିକେଟକିପର ଋଷଭ୍ ପନ୍ତ ନୂଆବର୍ଷ ପୂର୍ବ ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପନ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଋଷଭ୍ ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଦୁର୍ଘଟଣାରେ ଋଷଭଙ୍କ କପାଳ ଏବଂ ଶରୀରର ଅନ୍ୟ ଅଂଶରେ ଆଘାତ ଲାଗିଛି । ଦୁର୍ଘଟଣା ବେଳେ ରିଷଭଙ୍କ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ଏହାକୁ ଭରିବାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।
ତେବେ ଡାକ୍ତରଙ୍କ କହିବାନୁସାରେ, ତାଙ୍କ ଶରୀରର କିଛି ଅଙ୍ଗରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟା ଦେଖାଦେଇଛି । ଯେଉଁ କାରଣରୁ ତୃତୀୟ ଦିନରେ ମଧ୍ୟ ତାଙ୍କ ଗୋଡ ଏବଂ ଆଣ୍ଠୁ ର ଏମଆରଆଇ କରାଯାଇ ପାରି ନାହିଁ । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟରେ ଏକ ଉନ୍ନତିମୂଳକ ଉନ୍ନତି ପାଇଁ ଡାକ୍ତରମାନେ ଆଶା ପ୍ରକଟ କରିଛନ୍ତି । ସୂଚନାନୁସାରେ, ବିସିସିଆଇର ପରାମର୍ଶ ଅନୁଯାୟୀ ଋଷଭ୍ ପନ୍ତଙ୍କ ଲିଗାମେଣ୍ଟ ଆଘାତର ଚିକିତ୍ସା ପାଇଁ ନିଷ୍ପତ୍ତି ନିଆଯିବ । ଏଥିପାଇଁ ପନ୍ତଙ୍କୁ ବୋଧହୁଏ ଦେଶ ବାହାରକୁ ପଠାଯାଇ ପାରେ ।
ଉଲ୍ଲେଖଥାଉ କି 31 ଡିସେମ୍ବର ରାତିରେ ପନ୍ତ ତାଙ୍କ ମାଙ୍କୁ ଭେଟିବାକୁ ଯାଉଥିଲେ । ତେବେ କାର ଚଳାଇବା ସମୟରେ ସେ କ୍ଷଣକ ପାଇଁ ଆଖି ବୁଜି ଦେଇଥିଲେ । ଫଳରେ ଦୃତ ଗତି ହେତୁ ତାଙ୍କ କାର ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଆଉ ପ୍ରାୟ 100 ମିଟର ପର୍ଯ୍ୟନ୍ତ ଡିଭାଇଡରର ରେଲିଂ ଘଷି ହୋଇ ଶେଷରେ ଅନ୍ୟ ପଟେ ଓଲଟି ପଡିଥିଲା ।
ତେବେ ପନ୍ତ କୌଣସି ପ୍ରକାରେ ଗାଡିରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ । ଯାହା ପରେ ଗାଡିରେ ନିଆଁ ଲାଗିଯାଇଥିଲା । ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ । ହରିୟାଣା ରୋଡୱେ ବସ୍ କଣ୍ଡକ୍ଟର ସୁଶୀଲ କୁମାର ଏବଂ ପରମଜିତ ପନ୍ତଙ୍କୁ ସାହାଯ୍ୟ କରିଥିଲେ ଏବଂ ସେମାନେ ପୋଲିସକୁ ସୂଚନା ଦେଇଥିଲେ ଏବଂ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications