ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ....

ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ ମଧ୍ୟରେ ରିଙ୍କୁ ନିଜ ପିତାଙ୍କୁ ହରାଇଛନ୍ତି। କିନ୍ତୁ ଏହି ବଡ଼ ବ୍ୟକ୍ତିଗତ କ୍ଷତି ସତ୍ତ୍ୱେ ସେ ନିଜର ସାହସ ହାରିନାହାନ୍ତି ଏବଂ ଦେଶ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।

Rinku Singh
ସମାଚାର ଏଜେନ୍ସି ANIର ରିପୋର୍ଟ ଅନୁଯାୟୀ, ରିଙ୍କୁ ସିଂ ଶନିବାର ୨୮ ଫେବୃଆରୀରେ କୋଲକାତାରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବେ। ରବିବାର ୧ ମାର୍ଚ୍ଚରେ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ସୁପର-୮ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟୀ ଦଳ ସେମିଫାଇନାଲରେ ପ୍ରବେଶ କରିବ, ତେଣୁ ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଙ୍କୁ ତୁରନ୍ତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌
ରିଙ୍କୁଙ୍କ ପିତା ଖାନଚାନ୍ଦ ସିଂ ଦୀର୍ଘ ଦିନ ଧରି ଲିଭର କ୍ୟାନ୍ସରର ଚତୁର୍ଥ ପର୍ଯ୍ୟାୟ ସହ ଲଢ଼ୁଥିଲେ। ଶୁକ୍ରବାର (୨୭ ଫେବୃଆରୀ) ସକାଳେ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା। ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଦେଖି ରିଙ୍କୁ ମଝିରେ ତାଙ୍କୁ ଦେଖା କରିବାକୁ ଯାଇଥିଲେ, କିନ୍ତୁ ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଦଳକୁ ଫେରି ଆସିଥିଲେ।
ଜିମ୍ବାୱେ ବିପକ୍ଷ ମ୍ୟାଚ ଶେଷ ହେବାର ମାତ୍ର କିଛି ଘଣ୍ଟା ପରେ ରିଙ୍କୁ ପିତାଙ୍କ ମୃତ୍ୟୁ ଖବର ପାଇଥିଲେ। ଖବର ପାଇବା କ୍ଷଣି ସେ ଚେନ୍ନାଇରୁ ସିଧା ନିଜ ସହର ଆଲିଗଡ଼ ପହଞ୍ଚିଥିଲେ। ସେଠାରେ ସେ ଜଣେ ପୁଅର ସମସ୍ତ ଦାୟିତ୍ୱ ତୁଲାଇ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ପରେ ସେ ପୁଣିଥରେ ବିଶ୍ୱକପ ଅଭିଯାନରେ ସାମିଲ ହେବାକୁ ବାହାରିଛନ୍ତି। ରିଙ୍କୁଙ୍କ ଏହି ବଳିଦାନ ଏବଂ ଧୌର୍ଯ୍ୟ ଦର୍ଶାଉଛି ଯେ ଜଣେ ଖେଳାଳି ପାଇଁ ଦେଶର ପତାକା ସବୁଠାରୁ ଉପରେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+