ବିସ୍ଫୋରକ ବ୍ୟାଟିଂ କଲେ, ପରେ ଭୁଲ ମାଗଲେ, ଜାଣନ୍ତୁ କାହିଁକି ଭୁଲ ମାଗିଲେ ରିଙ୍କୁ
କ୍ବେବେର୍ହା:୯ ଏପ୍ରିଲ ୨୦୨୩ ଏହି ତରିଖ ରିଙ୍କୁ ସିଂଙ୍କ ପାଇଁ ବହୁତ ଗୁରୁତ୍ୱ ରଖେ । ଏହି ତାରିଖରେ ଆଇପିଏଲ୍ ୨୦୨୩ ର ଏକ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିଲେ , ଆଉ ଶେଷ ଓଭରେ ୫ଟି ଛକା ମାରି କେକେଆରକୁ ବିଜୟ କରାଇଥିଲେ । ଆଉ ଦେଶବାସୀଙ୍କ ନିକଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହି ମ୍ୟାଚ ଦେଖିବା ପରେ କ୍ରିକେଟ୍ ଜଗତର ସମସ୍ତ ବିଶ୍ଳେଷକ, କ୍ରିକେଟ୍ ପ୍ରେମୀ ବିଶ୍ୱାସ କରିବାକୁ ଲାଗିଲେ ଭାରତୀୟ ଟିମ୍ ପାଇଁ ଜଣେ ଉଦୀୟମାନ ଯୁବ ତାରକା ଭାବେ ଉଭା ହୋଇଛନ୍ତି ରିଙ୍କୁ ସିଂହ । ରିଙ୍କୁଙ୍କ ଭିତରେ ମଧ୍ୟ ଦୃଶ୍ୟମାନ ହୁଏ, ଯଦି ସେ କ୍ରିଜରେ ଅଛନ୍ତି ତେବେ ସେ ମ୍ୟାଚ୍କୁ ଶେଷ କରିକି ହିଁ ପେରିବେ ।
ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ସିରିଜରେ କମାଲ୍ କରୁଛନ୍ତି ରିଙ୍କୁ ସିଂହ । ଅବଶ୍ୟ ଦଳ ଦ୍ୱିତୀୟ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି କିନ୍ତୁ ରିଙ୍କୁ ସିଂହ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଭରପୂର ମନୋରଞ୍ଜନ ଦେଇଥିଲା । ଆଉ ମ୍ୟାଚ୍ ମଝିରେ ରିଙ୍କୁ ଏଭଳି କାରନାମ୍ କରିଥିଲେ ଯେ, ପରବର୍ତ୍ତୀ ସମୟରେ ତାଙ୍କୁ ଭୁଲ ମାଗିବାକୁ ପଡିଛି । ଆମେ କହୁଛୁ ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକାର କ୍ୱେର୍ବେହାରରେ ଥିବା ସେଣ୍ଟ୍ ଜର୍ଜସ୍ ପାର୍କରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 'ଦ୍ୱିତୀୟ ଟି୨୦' ମ୍ୟାଚ୍ରେ ଖେଳିବା ବେଳେ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ରିଙ୍କୁ ସିଂହ ଯେଉଁ ଛକା ମାରିଥିଲେ ସେଥିରେ 'ମିଡିଆ ବକ୍ସ' ବା 'ପ୍ରେସ୍ ବକ୍ସ୍'ର କାଚ ଭାଙ୍ଗି ଯାଇଥିଲା ।

'ଟି୨୦'ରେ ପ୍ରଥମ କରି ଅର୍ଦ୍ଧଶତକ ହାସଲ କରିଥିବା ରିଙ୍କୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ କାଇଲ୍ ମାର୍କରାମ୍ଙ୍କ ବଲ୍ରେ ୨ଟି ଚମତ୍କାର ଛକା ମାରିଥିଲେ । ସେଥିରୁ ଗୋଟିଏ ଛକାରେ 'ପ୍ରେସ୍ ବକ୍ସ୍'ର କାଚ ଚଡ଼କି ଗଲା । ଭାରତୀୟ ଟିମ୍ରେ ଭଲ ଖେଳ ପ୍ରଦର୍ଶନ କରିଥିଲେ ବି ରିଙ୍କୁ ଏହା ପୂର୍ବରୁ କେବେ ଅର୍ଦ୍ଧଶତକ ହାସଲ କରି ନ ଥିଲେ । ଦୁଇଟି ବଲ୍ରେ ରିଙ୍କୁ ଲଗାତାର ଏହି ଦୁଇଟି ଛକା ମାରିଥିଲେ ।
ଏହି ମ୍ୟାଚ୍ରେ ମାର୍କରାମ ଭଲ ବୋଲିଙ୍ଗ୍ କରିବା ସହିତ ଜିତେଶ ଶର୍ମାଙ୍କୁ ଆଉଟ୍ କରିସାରିଥିଲେ । କିନ୍ତୁ, ରିଙ୍କୁ ମାର୍କରାମ୍ଙ୍କ ପ୍ରଥମ ବଲ୍କୁ 'ଓର୍ଭ ଲଙ୍ଗ୍' ଖେଳିବା ସହିତ ଶେଷ ବଲ୍କୁ ଖେଳିବା ବେଳେ ପ୍ରେସ୍ ବକ୍ସ୍'ରେ ବଲଟି ଯାଇଁ ବାଜିଥିଲା । ରିଙ୍କୁଙ୍କର ଏହି ଛକା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓ ଧାରାବିବରଣୀ ପ୍ରଦାନକାରୀ ବି କହି ପକାଇଲେ, ଏ ଛକାକୁ ଦେଖ, କିନ୍ତୁ ବଡ଼ ବିପଜ୍ଜନକ ଛକା । ମିଡିଆ ବକ୍ସ୍ର ଗୋଟାଏ କାଚ ଭାଙ୍ଗି ପକାଇଥିଲା । ନିଜ ଅର୍ଦ୍ଧଶତକୀୟ ଇନିଂସରେ ଦୁଇଟି ବିଶାଳ ଛକା ମାରିଥିଲେ ରିଙ୍କୁ ସିଂହ । ମାତ୍ର ୩୯ ବଲ ଖେଳି ୯ଟି ଚୌକା ଏବଂ ଦୁଇଟି ଛକା ସହାୟତାରେ ୬୮ ରନ୍ କରି ଆଉଟ ହୋଇଥିଲେ ସେ । ତେବେ ରିଙ୍କୁଙ୍କ ବ୍ୟାଟରୁ ଆସିଥିବା ଏକ ବିଶାଳ ଛକା ସିଧା ଯାଇ ଷ୍ଟାଡିୟମର ମିଡିଆ ବକ୍ସର କାଚରେ ବାଜିଥିଲା । ଆଉ କାଚ ଭାଙ୍ଗିଯାଇଥିଲା । ଯାହା ଫଳରେ ସାଉଥ ଆଫ୍ରିକା କ୍ରିକେଟ୍ର କ୍ଷତି ହୋଇଥିଲା । ତେବେ ମ୍ୟାଚ୍ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ରିଙ୍କୁ । ବଲ ମାରି କାଚ ଭାଙ୍ଗି ଦେଇଥିବାରୁ କ୍ଷମା ବି ମାଗିଥିଲେ ।












Click it and Unblock the Notifications