T-20 ୱାର୍ଲଡ କପରେ ରିଙ୍କୁ ସିଂହଙ୍କୁ ମିଳିଲା ନାହିଁ ସ୍ଥାନ, ରାଗିଲେ ଫ୍ୟାନ୍ସ

India T20 World Cup: ଟି -20 ବିଶ୍ୱକପ 2024 ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳର ଅଧିନାୟକ ରୋହିତ ଶର୍ମା । ଦୀର୍ଘ ଦିନର ଆଲୋଚନା ପରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏହି ଦଳ ଘୋଷଣା କରିଛି, କିନ୍ତୁ କ୍ରିକେଟ୍ ପ୍ରେମୀମାନଙ୍କୁ ଏହି ଟିମକୁ କିଛି ଖାସ ପସନ୍ଦ ଆସି ନାହିଁ । କାରଣ କିଛି ଖେଳାଳିଙ୍କୁ ଦଳ ପରିଚାଳନା ଦ୍ୱାରା ଅଣଦେଖା କରାଯାଇଥିବାର ଅଭିଯୋଗ ହୋଇଛି ।

T20 World Cup

ଦଳର ଘୋଷଣା ପରେ, ବର୍ତ୍ତମାନ ଗୋଟେ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ତାହା ହେଉଛି ରିଙ୍କୁ ସିଂହଙ୍କ ନାଁ । ପ୍ରଶଂସକମାନେ ଆଶା କରୁଥିଲେ ଯେ ରିଙ୍କୁ ସିଂହ ନିଶ୍ଚିତ ଭାବରେ ଟି -20 ବିଶ୍ୱକପ 2024ର ଫାଇନାଲ ଟିମରେ ରହିବେ ହେଲେ ରିଙ୍କୁ ସିଂଙ୍କୁ ରିଜର୍ଭ ଖେଳାଳି ଭାବେ ମନୋନୀତ କରାଯାଇଛି। ଯେଉଥି ପାଇଁ ବର୍ତ୍ତମାନ ସବୁଠି BCCIକୁ ସମାଲୋଚନା କରାଯାଉଛି ।

ଆଜିକାଲି ଆଇପିଏଲରେ KKR'ପ୍ଲେୟାର ରିଙ୍କୁ ସିଂହ ବ୍ୟାଟିଂ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିଣୁଛି । ଏଭଳି ପରିସ୍ଥିତିରେ ତାଙ୍କର T-20ର ଫାଇନାଲ ଟିମରେ ମନୋନୀତ ନହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ #ରିଙ୍କୁ ସିଂହ ଟ୍ରେଣ୍ଡ (# Rinku Singh) ଟ୍ରେଣ୍ତ କରୁଛି । ରିଙ୍କୁ ସିଂହଙ୍କ ବ୍ୟତୀତ କେ.ଏଲ୍ ରାହୁଲ, ଶୁଭମାନ ଗିଲ, ରବି ବିଷ୍ଣୁ ଏବଂ ଇଶାନ କିଶନ ମଧ୍ୟ ଟି -20 ବିଶ୍ୱକପର ଖେଳାଳି ତାଲିକାରୁ ବାଦ ପଡିଛନ୍ତି।

ଅନେକ ୟୁଜର୍ସ ସେମାନଙ୍କ ପୋଷ୍ଟରେ ଲେଖିଛନ୍ତି, 'ବାରମ୍ବାର ତାଙ୍କ ହୃଦୟ ଭାଙ୍ଗୁଛି।" ସେପରି ଅନେକ ଫ୍ୟାନ୍ସ ରିଙ୍କୁ ସିଂହଙ୍କ ଫଟୋ ସହ ସୟେରା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ପ୍ରଶଂସକମାନେ ବିସିସିଆଇକୁ ଏପରି ରିଙ୍କୁ ସିଂହଙ୍କୁ ଦଳରେ ସାମିଲ କରିବାର ପରାମର୍ଶ ମଧ୍ୟ ଦେଉଛନ୍ତି । ସେହିପରି କିଛି ଲୋକ ଏବା BCCI'ର ବଡ଼ ଭୁଲ ବୋଲି ମଧ୍ୟ କହୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+