Get Updates
Get notified of breaking news, exclusive insights, and must-see stories!

ରିଙ୍କୁ ସିଂଙ୍କ ନିର୍ବନ୍ଧ, ସମାଜବାଦୀ ପାର୍ଟିର ଏହି ଚର୍ଚ୍ଚିତ ଏମ୍‌ପି ହେବେ ସାତ ଜୀବନର ଜୀବନସାଥୀ

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଉତ୍ତରପ୍ରଦେଶର ଏମ୍‌ପି ପ୍ରିୟା ସରୋଜଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି।

ପ୍ରିୟା ସମାଜବାଦୀ ପାର୍ଟିରୁ ଏମ୍‌ପି ଅଛନ୍ତି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ। ଏନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଥିବା ବେଳେ ରିଙ୍କୁଙ୍କ ପକ୍ଷରୁ ଆଧିକାରୀକ ଘୋଷଣାକୁ ଅପେକ୍ଷା କରାଯାଇଛି।

ପ୍ରିୟା ସରୋଜ ବରିଷ୍ଠ ଭାଜପା ନେତା ବିପି ସରୋଜଙ୍କୁ ହରାଇ ଲୋକ ସଭାରେ ଏଣ୍ଟ୍ରି କରିଥିଲେ । ତାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ମଛଲି ସହର ଲୋକ ସଭା ଆସନରୁ ୩ ଥର ଏମ୍‌ପି ଥିଲେ। ସେ ୧୯୯୯,୨୦୦୪,୨୦୦୯ରେ ଲୋକ ସଭା ନିର୍ବାଚନ ଜିତିଥିଲେ । ଏହାପରେ ତାଙ୍କ ଝିଅ ପ୍ରିୟା ସରୋଜ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦେଶର ଦ୍ୱିତୀୟ ସବୁଠାରୁ ଯୁବ ଏମ୍‌ପି ପାଲଟିଛନ୍ତି।

ପ୍ରିୟା ସରୋଜଙ୍କ ବିଷୟରେ କହିଲେ ସେ ମାତ୍ର ୨୫ ବର୍ଷ ବୟସରେ ଏମ୍‌ପି ହୋଇଥିଲେ। ସେ ମଛଲି ସହରରୁ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ସେ ପେସାରେ ସୁପ୍ରିମକୋର୍ଟର ଓକିଲ ଥିଲେ। ସେ ନିଜର ଶିକ୍ଷା ଦିଲ୍ଲୀ ୟୁନିଭର୍ସିଟିରୁ ଶେଷ କରିଛନ୍ତି।

Rinku Singh


ପ୍ରିୟା ସରୋଜ ବରିଷ୍ଠ ଭାଜପା ନେତା ବିପି ସରୋଜଙ୍କୁ ହରାଇ ଲୋକ ସଭାରେ ଏଣ୍ଟ୍ରି କରିଥିଲେ। ତାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ମଛଲି ସହର ଲୋକ ସଭା ଆସନରୁ ୩ ଥର ଏମ୍‌ପି ଥିଲେ। ସେ ୧୯୯୯,୨୦୦୪,୨୦୦୯ରେ ଲୋକ ସଭା ନିର୍ବାଚନ ଜିତିଥିଲେ। ଏହାପରେ ତାଙ୍କ ଝିଅ ପ୍ରିୟା ସରୋଜ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦେଶର ଦ୍ୱିତୀୟ ସବୁଠାରୁ ଯୁବ ଏମ୍‌ପି ପାଲଟିଛନ୍ତି।

ରିଙ୍କୁଙ୍କ ବିଷୟରେ କହିଲେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ଟିମ୍‌ର ଉଲ୍ଲେଖନୀୟ ବ୍ୟାଟ୍ସମ୍ୟାନ୍‌ ମଧ୍ୟରୁ ଜଣେ। ଟି୨୦ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଅତୁଳନୀୟ। ସେ ଟିମ୍‌ ଇଣ୍ଡିଆ ପାଇଁ ୩୦ ଟି୨୦ ମ୍ୟାଚ୍‌ରେ ୪୬ରୁ ଅଧିକ ହାରରେ ୫୦୭ ରନ୍‌ କରିଛନ୍ତି। ସେ ଜାତୀୟ ଦଳ ପାଇଁ ୨ ଦିନିକିଆ ମୁକାବିଲା ଖେଳିଛନ୍ତି। ଏହାଛଡ଼ା ସେ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି। ୨୦୨୫ ସିଜନରେ ତାଙ୍କୁ ୧୩ କୋଟି ଟଙ୍କା ମିଳିବ। କ୍ରିକେଟରେ ସଫଳତାର ଶିଢ଼ି ଚଢ଼ୁଥିବା ରିଙ୍କୁ ଏବେ ନିଜ ଜୀବନରେ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+