ହଠାତ୍ ଅସୁସ୍ଥ ହୋଇପଡ଼ିଲେ ରିକି ପଣ୍ଟିଂ, ମେଡିକାଲରେ ଭର୍ତ୍ତି
ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଶୁକ୍ରବାର ପର୍ଥରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି । ଏନେଇ କମେଣ୍ଟ୍ରି କରୁଥିବା ଅନ୍ୟ ସଦସ୍ୟମାନେ ସୂଚନା ଦେଇଛନ୍ତି । ତାଙ୍କୁ ହୃଦଘାତ ହୋଇଥିବା ଆଶଙ୍କା କରାଯାଉଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି, ତେଣୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବାର କୌଣସି କାରଣ ନଥିବା କଥା ଟିମ୍ କହିଛି ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଉଭୟ ଦିନିକିଆ ଏବଂ ଟେଷ୍ଟରେ ରେକର୍ଡ଼ସ୍ତରୀୟ ରନ୍ କରିବାରେ ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟରେ ୧୩,୩୭୮ ଏବଂ ଦିନିକିଆରେ ୧୩,୭୦୪ ରନ୍ ହାସଲ କରିବାରେ ସେ ବିଶ୍ୱରେ ଜଣେ ଧୂଆଁଧାର ବ୍ୟାଟସ୍ମ୍ୟାନ ଭାବେ ଜଣାଶୁଣା। ୧୯୯୫ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅରର ସ୍ୱର୍ଣ୍ଣିମ ଅଧ୍ୟାୟ ରହିଛି । ୨୦୧୨ରେ ପଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ୭୭ ଟି ଟେଷ୍ଟ ଖେଳିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୪୮ଟି ଜିତିଛି। ବର୍ତ୍ତମାନ ସେ ଆଇପିଏଲ ଲିଗ୍ରେ ଦିଲ୍ଲୀ ଟିମ ତରଫରୁ ମୁଖ୍ୟ କୋଚ୍ ଅଛନ୍ତି ।












Click it and Unblock the Notifications