RCB Unbox Event 2024: ଲଞ୍ଚ୍ ହେଲା RCB'ର ନୂଆ ଜର୍ସି
RCB Unbox Event 2024: ଆଉ ମାତ୍ର କିଛି ଦିନର ଅପେକ୍ଷା ଆରମ୍ଭ ହୋଇଯିବ ଆପିଏଲ୍ 2024 । ମାର୍ଚ୍ଚ 22ରେ ସିଜିନର ପ୍ରଥମ ମ୍ୟାଚ୍ ରେ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହେବେ । କିନ୍ତୁ ଏହାପୂର୍ବରୁ ଆରସିବି ନିଜର ନୂଆ ଜର୍ସି ଲଞ୍ଚ୍ କରିଛି ।

RCB ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଜର୍ସି ଲଞ୍ଚ୍ କରିଛି । ତେବେ ପୂର୍ବ ପରି RCB'ର ଜର୍ସି ଲାଲ୍ ରଙ୍ଗ ରହିଛି ହେଲେ ଏଥର ଟି-ସାର୍ଟର ଉପର ଭାଗରେ କଳା ବଦଳରେ ଡାର୍କ ବ୍ଲୁ ରଙ୍ଗ ବ୍ୟବହାର ଦେଖିବା ପାଇଁ ମିଳିଛି । ଜର୍ସି ଲଞ୍ଚ ହେବାର କିଛି ଘଣ୍ଟା ପୂର୍ବରୁ ଆରସିବିର ଅଫିସିଆଲ୍ ୱେବସାଇଟ୍ କ୍ରାସ୍ ହୋଇଯାଇଥିଲା ।
Virat Kohli and both our skippers giving the customised RCB jersey to Alan Walker ❤️ pic.twitter.com/x3levclUvv
— Pari (@BluntIndianGal) March 19, 2024
ନରୱେ ସଂଗୀତଜ୍ଞ ଆଲାନ୍ ୱାକର ମଧ୍ୟ ଆରସିବି ଜର୍ସି ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ, ଯାହାଙ୍କୁ ବିରାଟ କୋହଲି ଏବଂ ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ତାଙ୍କୁ ଆଲାନ୍ ୱାକରଙ୍କ ନାମର ଏକ ଆରସିବି ଟି-ସାର୍ଟ ଉପସ୍ଥାପନ କରିଥିଲେ। ଏହି ସମୟରେ ସମଗ୍ର ଆରସିବି ଦଳ, କୋଚ ଏବଂ ସହାୟକ କର୍ମଚାରୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଆରସିବି ଜର୍ସିରେ 'କାତାର ଏୟାରୱେଜ୍'ଲେଖାଯାଇଥିବାର ଦେଖିବା ପାଇଁ ମିଳୁଛି ।












Click it and Unblock the Notifications