କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ଆରସିବି ବିଜୟୀ
ବିଜୟରୁ ଅଭିଯାନ ଆରମ୍ଭ କଲା କୋହଲିଙ୍କ ଆରସିବି । ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ବିଜୟୀ ହୋଇଛି ଆରସିବି ।
ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୦ ଓଭରରେ ୮ ୱିକେଟ ବିନିମୟରେ ୧୭୪ ରନ କରିଥିଲା। ଜବାବରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଆରସିବି ୧୬.୨ ଓଭରେ ୩ ୱିକେଟ ହରାଇ ୧୭୭ ରନ କରି ମ୍ୟାଚକୁ ଜିତି ନେଇଥିଲା।
ବିରାଟ କୋହଲି ନିଜ ଆଇପିଏଲ କ୍ୟାରିୟରର ୪୦୦ ତମ ମ୍ୟାଚ ଖେଳୁଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା।

ଗାୟିକା ଶ୍ରେୟା ଘୋଷାଲ, କରଣ ଔଜୁଲା, ଦିଶା ପଟାନୀ ଓ ଶାହରୁଖ ଖାନ ଉଦଘାଟନୀ ସମାରୋହର ଅଂଶ ରହିଥିଲେ। ଆରସିବିର ନୂଆ ଅଧିନାୟକ ରଜତ ପାଟିଦାର ଟସ ଜିତି ପ୍ରଥମେ ବୋଲିଂ କରିଥିଲେ। ପ୍ରଥମ ଓଭରରେ କେକେଆର ବିପଜ୍ଜନକ କ୍ବିଣ୍ଟନ ଡିକକଙ୍କ ୱିକେଟ ହରାଇଥିଲା।
ତେବେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ସୁନୀଲ ନାରିନ ତୃତୀୟ ୱିକେଟରେ ୧୦୩ ରନ ଯୋଡିଥିଲେ। ରାହାଣେ ସୟଦ ମୁସ୍ତାକ ଅଲୀର ଫର୍ମ ଦୋହରାଇବା ସହ ୩୧ ବଲରୁ ୫୬ ରନ କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ଅନ୍ୟ ପକ୍ଷରେ ସୁନୀଲ ନାରିନ ୨୬ ବଲ ଖେଳି ୫ ଚୌକା ଓ ୩ ଛକା ସହ ୪୪ ରନ କରିଥିଲେ।ଆଜିଙ୍କ୍ୟ ରାହାଣେ ଓ ସୁନୀଲ ନାରିନ ମାତ୍ର ୨ ରନ ମଧ୍ୟରେ ପ୍ୟାଭିଲିୟନ ଫେରିବା ପରେ କେକେଆରର ମଧ୍ୟକ୍ରମ ଫେଲ ମାରିଥିଲା। ଫଳରେ ପ୍ରଥମ ୧୦ ଓଭରରେ ୧୦୭ ରନ କରିଥିବା କେକେଆର ଅନ୍ତିମ ୧୦ ଓଭରରେ ମାତ୍ର ୬୭ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗକ୍ରୀଶ ରଘୁବଂଶୀ ୩୦ ରନ କରିଥିଲେ। ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୩, ଜୋଶ ହେଜେଲଉଡ ୨, ୟଶ ଦୟାଲ, ରଶିଖ ଦଯର ସଲାମ ଓ ସୁୟଶ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।












Click it and Unblock the Notifications