RCB VS LSG: ଲକ୍ଷ୍ନୌର IPL ଅଭିଯାନ ଶେଷ, 6 ୱ୍ବିକେଟରେ ଜିତି ଟପ୍-୨ ରେ ବେଙ୍ଗାଲୁରୁ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଦମଦାର ବିଜୟ । ଆଇପିଏଲ 2025ର ଅଭିଯାନ ଶେଷ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ (LSG) । ଏଲଏସଜିକୁ ପରାସ୍ତ କରିଛି ଆରସିବି ।

ପ୍ରଥମେ ବ୍ୟାଟିଂ କରି 20 ଓଭରରେ 3 ୱିକେଟ ହରାଇ 227 ରନ କରିଥିଲା ଲକ୍ଷ୍ନୌ । 228 ରନ ଟାର୍ଗେଟ ରଖି ପଡ଼ିଆକୁ ଓହ୍ଲାଇଥିବା ବେଙ୍ଗାଲୁରୁ 18.4 ଓଭରରେ 4 ୱିକେଟ ହରାଇ 230 ରନ କରିବା ସହ ମ୍ୟାଚକୁ ନିଜ ସପକ୍ଷରେ କରିନେଇଛି ।

ଏହି ବିଜୟ ସହିତ, RCB ପଏଣ୍ଟ ଟେବୁଲର ଶ୍ରେଷ୍ଠ 2ରେ ସ୍ଥାନ ପାଇଛି । ବେଙ୍ଗାଲୁରୁ 14 ମ୍ୟାଚରୁ 19 ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଅଭିଯାନ ଶେଷ କରିଛି । ପଞ୍ଜାବ କିଙ୍ଗ୍ସ 14 ମ୍ୟାଚ୍ରୁ 19 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଅଛି । ନେଟ୍ ରନ୍ ରେଟ୍ RCB ଅପେକ୍ଷା ଭଲ ଥିବା ଯୋଗୁଁ ପଞ୍ଜାବ ପ୍ରଥମ ସ୍ଥାନ ରହିଛି ।

RCB VS LSG Lucknow s IPL campaign ends Bengaluru wins by 6 wickets to move to top-2

ଲକ୍ଷ୍ନୌ ସୁପର ଜିଆଣ୍ଟସ

ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଆଇପିଏଲ 2025ର 70 ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ଖେଲାଯାଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ । 25 ସ୍କୋରରେ ଲକ୍ଷ୍ନୌକୁ ପ୍ରଥମ ଝଟକା ଲାଗିଥିଲା । ମାଥ୍ୟୁ ବ୍ରୀଟଜକେଙ୍କୁ ନୁୱାନ ତୁଷାରା ବୋଲ୍ଡ କରିଥିଲେ । ସେ 14 ରନ କରିବା ପରେ ଆଉଟ ହୋଇଥିଲେ । ତୃତୀୟ ନମ୍ବରରେ ଆସିଥିବା ଅଧିନାୟକ ରିଷଭ ପନ୍ତ ଦଳର ଦାୟିତ୍ୱ ନେଇଥିଲେ । ସେ ମିଚେଲ ମାର୍ଶଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ 152 ରନର ଏକ ବିଶାଳ ଭାଗୀଦାରୀ କରିଥିଲେ । ମାର୍ଶ 37 ବଲ୍‌ରେ 4ଟି ଚୌକା ଏବଂ 5ଟି ଛକା ସହାୟତାରେ 67 ରନ୍ କରିଥିଲେ । ସେପଟେ ରିଷଭ ପନ୍ତ ଫର୍ମକୁ ଫେରି 54 ବଲରେ ତାଙ୍କ IPL କ୍ୟାରିୟରର ଦ୍ୱିତୀୟ ଶତକ ପୂରଣ କରିଥିଲେ । ସେ 61 ବଲ୍‌ରେ 11 ଚୌକା ଏବଂ 7 ଛକା ସହାୟତାରେ 118 ରନ୍ କରିବା ପରେ ଅପରାଜିତ ରହିଥିଲେ । ବେଙ୍ଗାଲୁରୁ ବିପକ୍ଷରେ ପୂରନ 13 ଏବଂ ଅବଦୁଲ ସମଦ ଗୋଟିଏ ରନ୍ କରି ଅପରାଜିତ ରହିଥିଲେ ।

ଲକ୍ଷ୍ନୌ 20 ଓଭରରେ 3 ୱିକେଟ୍ ହରାଇ 227 ରନ୍ କରିଥିଲା । ରିଷଭ ପନ୍ତଙ୍କ ଶତକ ବଳରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ 228 ରନର ଟାର୍ଗେଟ ରଖିଥିଲେ । ସେହିପରି ଆରସିବି ପକ୍ଷରୁ ନୁୱାନ ତୁଷାରା, ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

228 ରନର ଲକ୍ଷ୍ୟ ରଖି ପଡ଼ିଆକୁ ଆସିଥିଲେ ଆରସିବି ପ୍ଲେୟର୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଫିଲ ସଲ୍ଟ ଏବଂ ବିରାଟ କୋହଲି ଇନିଂସ ଓପନ କରିବାକୁ ଆସିଥିଲେ । ସଲ୍ଟ 19 ବଲ୍‌ରେ 6ଟି ଛକା ସହ 30 ରନ୍ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ବିରାଟ 30 ବଲ୍‌ରେ 10 ଚୌକା ସହାୟତାରେ 54 ରନ୍‌ର ଏକ ଇନିଂସ ଖେଳିଥିଲେ । ରଜତ ପାଟିଦାର ବ୍ୟକ୍ତିଗତ 14 ରନ ଏବଂ ଲିଆମ ଲିଭିଂଷ୍ଟୋନ 0 ରନରେ ପାଭିଲିୟନ ଫେରିଥିଲେ ।

ପରେ, ଜିତେଶ ଶର୍ମା ଏକ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ମୟଙ୍କ ଅଗ୍ରୱାଲଙ୍କ ସହିତ ମିଶି ଦଳକୁ ବିଜୟୀ କରାଇଥିଲେ । ଜିତେଶ 33 ବଲ୍‌ରେ 8 ଚୌକା ଏବଂ 6 ଛକା ସହିତ 85 ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ମୟଙ୍କ 23 ବଲ୍‌ରେ 5 ଚୌକା ସହିତ 41 ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । RCB 18.4 ଓଭରରେ 4 ୱିକେଟ୍ ହରାଇ 230 ରନ୍ କରିବା ସହ ମ୍ୟାଚ୍ ଜିତିଥିଲା । LSG ପକ୍ଷରୁ ୱିଲ୍ ଓ'ରୌର୍କ 2ଟି ୱିକେଟ୍ ନେଇଥିବା ବେଳେ ଆଭେସ୍ ଖାନ ଏବଂ ଆକାଶ ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

କ୍ୱାଲିଫାୟର-1ରେ RCB

ଏହି ବିଜୟ ସହିତ, RCB କ୍ୱାଲିଫାୟର-1ରେ ପହଞ୍ଚିଛି । ମେ' 29 ତାରିଖରେ ମୁଲାନପୁରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବେ ରୟାଲ ଚ୍ୟାଲେଞ୍ଜର୍ସ । ଉଭୟ ଦଳ ଫାଇନାଲରେ ପ୍ରବେଶ କରିବା ପାଇଁ 2ଟି ସୁଯୋଗ ପାଇବେ । 18 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସ ଏବଂ 16 ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ମେ' 30 ତାରିଖରେ ଏଲିମିନେଟର ଖେଳିବାକୁ ପଡିବ ଏବଂ ପରାଜିତ ଦଳର ଯାତ୍ରା ସେଠାରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+