Get Updates
Get notified of breaking news, exclusive insights, and must-see stories!

RCB vs DC: ଆର୍‌ସିବିକୁ ହରାଇ ଦିଲ୍ଲୀର କ୍ରମାଗତ ଚତୁର୍ଥ ବିଜୟ

ସ୍ପିନର୍‌ଙ୍କ ଦ୍ବାରା ପ୍ରତ୍ୟାବର୍ତ୍ତନ କରିବା ପରେ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ପାଳି (୫୩ ବଲ୍‌ରୁ ୯୩* ରନ୍, ୭ ଚୌକା, ୬ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଏଥି ସହିତ ଏକମାତ୍ର ଅପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଚତୁର୍ଥ ବିଜୟ ଅର୍ଜନ କରିଛି। ଆର୍‌ସିବି ପଞ୍ଚମରୁ ଦ୍ବିତୀୟ ପରାଜୟ ବରଣ କରିଛି।

ଚିନ୍ନାସ୍ବାମୀ ଷ୍ଟାଡିୟମ୍‌କୁ ଫେରିଥିବା ଆର୍‌ସିବି ଟସ୍ ହାରି ବ୍ୟାଟିଂ କରିଥିଲା। ଘରୋଇ ଦଳ ମଧ୍ୟ ଚଳିତ ଋତୁର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲା। ମାତ୍ର ୩ ଓଭରରେ ଦଳ ୫୩ ରନ୍ ସଂଗ୍ରହ କରିବା ସହ କୌଣସି ୱିକେଟ୍ ବି ହରାଇନଥିଲା। କିନ୍ତୁ ହଠାତ୍‌ ବିରାଟ କୋହଲି ଓ ଫିଲ୍ ସଲ୍ଟଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସଲ୍ଟ ରନ୍‌ ଆଉଟ୍‌ (୧୭ ବଲ୍‌ରୁ ୩୭ ରନ୍‌) ହୋଇଯାଇଥିଲେ।

ଚତୁର୍ଥ ଓଭରରୁ ସ୍ପିନର୍‌ଙ୍କ ଆକ୍ରମଣ କାରଣରୁ ଆର୍‌ସିବି ପାୱାର ପ୍ଲେ'ର ପରବର୍ତ୍ତୀ ୩ ଓଭରରୁ ମାତ୍ର ୧୧ ରନ୍ ଯୋଡ଼ିବା ସହ ଦେବଦତ୍ତ ପଡ଼ିକଲଙ୍କୁ ବି ହରାଇଥିଲା। ଏହାପରଠାରୁ ଦିଲ୍ଲୀ ସ୍ପିନର୍‌ଙ୍କ ପ୍ରାଧ‌ାନ୍ୟ କାରଣରୁ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବଡ଼ ସ୍କୋର୍‌ ସୁଯୋଗ ହାତଛଡ଼ା କରିଥିଲା।

RCB vs DC Delhi register fourth consecutive win after defeating RCB

ବିରାଟ କୋହଲି (୧୪ ବଲ୍‌ରୁ ୨୨ ରନ୍) ମଧ୍ୟ ଯୁବ ସ୍ପିନର୍‌ ବିପରାଜ୍‌ ନିଗମଙ୍କ ଶିକାର ହୋଇଥିଲେ। ଆର୍‌ସିବି ୧୪୦/୧୫୦ ରନ୍‌ ଭିତରେ ଅଟକିଯିବାର ଆଶଙ୍କା ଜାତ ହୋଇଥିଲା। ହେଲେ ଶେଷ ଦୁଇ ଓଭରରେ ଟିମ୍ ଡେଭିଡ୍‌ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୧୬୩ ରନ୍‌ର ସମ୍ମାନଜନକ‌ ସ୍କୋର୍‌ ଦେଇଥିଲେ। ସେ ମାତ୍ର ୨୦ ବଲ୍‌ରୁ ୩୭* ରନ୍ ସଂଗ୍ରହ କରିଥ‌ିଲେ। କୁଲଦୀପ ୟାଦବ ଓ ବିପରାଜ୍‌ ନିଗମ ମିଳିତ ଭାବେ ୮ ଓଭରରେ ୩୫ ରନ୍ ଦେଇ ୪ ୱିକେଟ୍‌ ଦଖଲ କରିବା ଚର୍ଚ୍ଚାରେ ରହିଥିଲା।

ସଂକ୍ଷିପ୍ତ‌ ସ୍କୋର: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୬୩/୭ (ଫିଲ୍ ସଲ୍ଟ-୩୭, ଟିମ୍ ଡେଭିଡ୍‌-୩୭*, ରଜତ ପଟିଦାର-୨୫, ବିରାଟ କୋହଲି-୨୨, କୃନାଲ୍ ପାଣ୍ଡ୍ୟା-୧୮, କୁଲଦୀପ ୟାଦବ-୨/୧୭, ବିପରାଜ୍‌ ନିଗମ-୨/୧୮, ମୋହିତ ଶର୍ମା-୧/୧୦, ମୁକେଶ କୁମାର-୧/୨୬)। ଦିଲ୍ଲୀ କ୍ୟାପିଟାଲ୍ସ ୧୭.୫ ଓଭରରେ ୧୬୯/୪ (କେଏଲ୍ ରାହୁଲ-୯୩*, ତ୍ରିଷ୍ଟନ୍ ଷ୍ଟବ୍ସ-୩୮*, ଭୁବନେଶ୍ବର କୁମାର-୨/୨୬, ୟଶ ଦୟାଲ-୧/୪୫, ସୁୟଶ ଶର୍ମା-୧/୨୫)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+