ପଞ୍ଜାବ ଆଗରେ ୧୯୧ ରନରେ ଟାର୍ଗେଟ ରଖିଲା ଆରସିବି
ପଞ୍ଜାବ ଆଗରେ ୧୯୧ ରନରେ ଟାର୍ଗେଟ ରଖିଲା ଆରସିବି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି ଆଇପିଏଲ୍ ୨୦୨୫ର ଫାଇନାଲ୍ ମୁକାବିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୯ ଓ୍ଵିକେଟ୍ ହରାଇ ୧୯୦ ରନରେ ସୀମିତ ରହିଛି। ଶେଷ ଓଭରରେ ଅର୍ଶଦୀପ ସିଂ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁକୁ ୨୦୦ ରନ କରିବାକୁ ଦେଇ ନାହାନ୍ତି।

ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୩ ରନ କରିଥିଲେ ହେଁ ୩୫ ବଲ୍ ଖେଳିଛନ୍ତି। ଅନ୍ୟ ବ୍ୟାଟର ଉପଯୋଗୀ ବ୍ୟାଟିଂ କରିବାରୁ ବେଙ୍ଗାଲୁରୁ ୧୯୦ ରନ କରି ପାରିଛି। ପ୍ରଥମ ଟାଇଟଲ୍ ଜିତିବା ପାଇଁ ପଞ୍ଜାବ ସମ୍ମୁଖରେ ୧୯୧ ରନର ବିଜୟ ଲକ୍ଷ୍ୟ ରହିଛି। ଅର୍ଶଦୀପଙ୍କ ବ୍ୟତୀତ କାଇଲ ଜେମିସନ ୩ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ ସେ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବ।
RCB ବନାମ PBKS:
RCB: ରଜତ ପାଟିଦାର (ଅଧିନାୟକ), ବିରାଟ କୋହଲି, ଫିଲ ସଲ୍ଟ, ମୟଙ୍କ ଅଗ୍ରୱାଲ, ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ରୋମାରିଓ ଶେଫର୍ଡ, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ ଏବଂ ୟଶ ଦିନଲ।
PBKS: ଶ୍ରେୟସ ଆୟର (ଅଧିନାୟକ), ପ୍ରିୟଙ୍କା ଆର୍ଯ୍ୟ, ଜୋସ ଇଂଲିସ, ନେହଲ ଭାଡେରା, ଶଶାଙ୍କ ସିଂ, ମାର୍କସ ଷ୍ଟୋଇନିସ, ବିଜୟକୁମାର ବୈଶାକ, ଅଜମୁତୁଲ୍ଲା ଓମାରଜାଇ, କାଇଲି ଜାମିସନ, ଅର୍ଶଦୀପ ସିଂହ ଏବଂ ୟୁଜଭେନ୍ଦ୍ର ଚହଲ।












Click it and Unblock the Notifications