ଘରୋଇ ଗ୍ରାଉଣ୍ଡରେ ହାରିଲା RCB, ପଞ୍ଚମ ଥର ଜିତିଲା ପଞ୍ଜାବ

ବର୍ଷା ବିଗାଡିଲା ଖେଳ । ନିଜ ପଡ଼ିଆରେ ତୃତୀୟ ଥର ପାଇଁ ପରାଜୟ ସ୍ବାଦ ଚାଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 5 ୱିକେଟରେ ପଞ୍ଚମ ଥର ପାଇଁ ଜିତିଲା ପଞ୍ଜାବ କିଙ୍ଗସ୍‌ । ସାତୋଟି ମ୍ୟାଚରେ ଆରସିବିର ଏହା ଚତୁର୍ଥ ପରାଜୟ ହୋଇଥିବା ବେଳେ ପଞ୍ଜାବର ଏହା ପଞ୍ଚମ ବିଜୟ ।

ଟାର୍ଗେଟର ପିଛା କରି ଆରମ୍ଭରୁ ପଞ୍ଜାବର ଖେଳ ଏତେଟା ଭଲ ନଥିଲା । ପ୍ରିୟାଂଶ ଓ ପ୍ରଭାସିମରନ କମାଲ କରିପାରିନଥିଲେ । ପ୍ରଭାସିମରନ 13 ରନରେ ଆଉଟ ହୋଇଥିଲେ । ସେହିପରି ପ୍ରିୟାଂଶ 16 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଶ୍ରେୟାସ ଆୟାର ଜୋଶ ଇଂଲିସ ମିଳିତ ଭାବେ ପଞ୍ଜାବ ସ୍କୋର 50 ପାର କରିଥିଲେ । ଜୋଶ ହେଜଲବୁଡ 8 ଓଭରରେ ଶ୍ରେୟସ ଓ ଜୋଶଙ୍କୁ ଆଉଟ କରିଥିଲେ । 4 ୱିକେଟରେ ମାତ୍ର 53 ରନ କରିଥିଲା ପଞ୍ଜାବ । ଶ୍ରେୟସ 7, ଇଂଲିସ 14, ଶଶାଙ୍କ 1, ନେହଲ ବଢେରା 33 ରନ, ଷ୍ଟନିସ 7 ରନ କରିଥିଲେ ।

RCB lost at home Punjab won for the fifth time

ଟିମ୍ ଡେଭିଡଙ୍କ ଚମତ୍କାର ବ୍ୟାଟିଂ ଆଧାରରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପଞ୍ଜାବ କିଙ୍ଗ୍ସକୁ ବିଜୟ ପାଇଁ 96 ରନର ଟାର୍ଗେଟ ଦେଇଥିଲା । ବର୍ଷା ବାଧାପ୍ରାପ୍ତ RCB ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସର କୌଣସି ଖେଳାଳି କ୍ରିଜରେ ତିଷ୍ଠି ପାରି ନଥିଲେ। ଦଳର କେବଳ ଦୁଇ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। RCBର ବ୍ୟାଟିଂ ବହୁତ ଖରାପ ଥିଲା, କିନ୍ତୁ ଶେଷରେ ଡେଭିଡ୍ 26 ବଲ୍‌ରେ ପାଞ୍ଚଟି ଚୌକା ଏବଂ ତିନିଟି ଛକା ସହାୟତାରେ ଅପରାଜିତ 50 ରନ୍ କରିଥିଲେ, ଯାହା ଫଳରେ RCB 14 ଓଭରରେ 9 ୱିକେଟ୍ ହରାଇ 95 ରନ୍ କରିବାରେ ସଫଳ ହୋଇଥିଲା। ଅଧିନାୟକ ରଜତ ପଟିଦାର 23 ରନ୍ କରିଥିଲେ। ପଞ୍ଜାବ ଆଗରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ, ମାର୍କୋ ଜନସନ, ୟଜୁଭେନ୍ଦ୍ର ଚହଲ ଓ ହରପ୍ରୀତ ବ୍ରାର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

ଏହି ମ୍ୟାଚ୍ ପାଇଁ ପଞ୍ଜାବ ପ୍ଲେଇଂ-୧୧ରେ ପରିବର୍ତ୍ତନ କରିଥିଲା। ମାର୍କସ୍ ଷ୍ଟୋଇନିସ୍ ଦଳକୁ ଫେରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସ୍ଥାନରେ ଷ୍ଟୋଇନିସ୍ ଫେରିଥିବା ବେଳେ ହରପ୍ରୀତ୍ ବ୍ରାରଙ୍କୁ ମଧ୍ୟ ଖେଳିବାର ସୁଯୋଗ ମିଳିଥିଲା। ତେବେ ଏହି ମ୍ୟାଚ୍ ପାଇଁ RCB ପ୍ଲେଇଂ-11ରେ କୌଣସି ପରିବର୍ତ୍ତନ କରିନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+